fbpx

କୁଖ୍ୟାତ ମାଓନେତା ରାମନ୍ନାଙ୍କ ମୃତ୍ୟୁ

ମାଲକାନଗିରି, ୯ା୧୨(ଓଡିଶା ଭାସ୍କର): ଆଜି କୁଖ୍ୟାତ ମାଓନେତା ରାମନ୍ନାଙ୍କ ମୃତ୍ୟୁ ଘଟିଛି । ରାମନ୍ନା ଓରଫ କେ.ଶ୍ରୀନିବାସଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବସ୍ତର ଜଙ୍ଗଲରେ ରାମନା୍ନ ପ୍ରାଣହରାଇଥିବା ଜଣାପଡ଼ିଛି । ସେ କେନ୍ଦ୍ରୀୟକମିଟି ସଦସ୍ୟ, ଦଣ୍ଡକାରଣ୍ୟ ସ୍ପେଶାଲ ଜୋନ କମିଟି ସମ୍ପାଦକ ଥିଲେ । ରାମନ୍ନାଙ୍କ ନାଁରେ ୨କୋଟିରୁ ଅଧିକ ଟଙ୍କାର ପୁରସ୍କାର ମଧ୍ୟ ରହିଥିଲା । ଓଡ଼ିଶାରେ ୩୦ଲକ୍ଷ ଥିବା ବେଳେ ଛତିଶଗଡ଼ରେ ୪୦ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା । ଦରଭା ଘାଟି କଂଗ୍ରେସ ନେତାଙ୍କୁ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲେ ରାମନ୍ନା । ତାଡ଼ମେଟଲା ସିଆରପିଏଫ ନରସିଂହାର ଭଳି ଘଟଣାରେ ମଧ୍ୟ ସେ ସମ୍ପୃକ୍ତ ରହିଥିବା ସୂଚନା ରହିଛି ।

Get real time updates directly on you device, subscribe now.