ସମୁଦ୍ରରେ ବୁଡ଼ି ମରିଗଲେ ପର୍ଯ୍ୟଟକ, ମୃତଦେହ ଛାଡ଼ି ଚାଲିଗଲେ ପରିବାର ଲୋକ
ମୃତ ଦେହକୁ ଜଗି ବସିଛି ମେରାଇନ୍ ଥାନା ପୋଲିସ।
ଜଳେଶ୍ୱର: ସମୁଦ୍ରରେ ବୁଡ଼ିଗଲେ ପର୍ଯ୍ୟଟକ। ଫଳରେ ଜଣେ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଥିବା ସୂଚନା। ହେଲେ ସବୁଠାରୁ ବଡ଼ କଥା ହେଉଛି ମୃତକଙ୍କୁ ଛାଡ଼ି ତାଙ୍କ ପରିବାର ଲୋକ ଚାଲିଯାଇଥିବା କଥା ସାମ୍ନାକୁ ଆସିଛି।
ହଁ ଜଳେଶ୍ୱର ଉଦୟପୁର ବେଳାଭୂମିରେ ଏପରି ଏକ ଅଘଟଣ ଘଟିଛି। ମୃତକଙ୍କ ପରିବାର ଲୋକ ମ-ତକଙ୍କୁ ଛାଡ଼ି ପଳାଇଥିବା ସୂଚନା ମିଳିଛି। ତେଣୁ ମୃତଦେହକୁ ସମୁଦ୍ରରୁ ଉଦ୍ଧାର କରି ଜଗି ବସିଛି ମେରାଇନ ଥାନା ପୋଲିସ।