fbpx

ସାଧାରଣତନ୍ତ୍ର ଦିବସ ପାଇଁ ଟ୍ରାଫିକ୍ କଟକଣା, ଜାଣନ୍ତୁ କେଉଁଠି କରିବେ ପାର୍କିଂ

ଭୁବନେଶ୍ୱର,୨୨ ।୧(ଓଡିଶା ଭାସ୍କର): ଆଗକୁସାଧାରଣତନ୍ତ୍ର ଦିବସ ଆସୁଥିବା ବେଳେ ସେନେଇ ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ୍ ବ୍ୟବସ୍ଥା କଡାକଡି କରାଯାଇଛି । ଜାନୁଆରୀ ୨୬ ସକାଳ ୬.୩୦ ମିନିଟରୁ ସାଧାରଣନ୍ତ୍ର ଦିବସ ପାଇଁ ଟ୍ରାଫିକ୍ କଟକଣା ବଳବତ୍ତର ରହିବ । ରାଜ୍ୟସ୍ତରୀୟ ଉତ୍ସବ ଓ ପରେଡ ମହାତ୍ମାଗାନ୍ଧୀ ମାର୍ଗରେ ଅନୁଷ୍ଠିତ ହେବ । ତେଣୁ କୌଣସି ଗାଡିକୁ ମହାତ୍ମାଗାନ୍ଧୀ ମାର୍ଗକୁ ଆସିବାକୁ ଦିଆଯିବ ନାହିଁ ।

ଜନପଥରେ ଟ୍ରାଫିକ୍ ସ୍ୱାଭାବିକ ଭାବେ ଚଳାଚଳ କରିବ, କିନ୍ତୁ ମାଷ୍ଟରକ୍ୟାଣ୍ଟିନ୍ ଠାରୁ ଗାନ୍ଧୀମାର୍ଗକୁ କୌଣସି ଗାଡି ଛଡାଯିବ ନାହିଁ । ସଚ୍ଚିବାଳୟ ମାର୍ଗରେ ହାଉସିଂ ବୋର୍ଡରୁ ପିଏମଜି ପଟକୁ ଆସୁଥିବା ଗାଡି ଗୁଡିକ ରବୀନ୍ଦ୍ର ମଣ୍ଡପ ପୂର୍ବରୁ ବାମ ପଟକୁ ମୋଡ କରିବେ । ସେମାନଙ୍କୁ ସଚ୍ଚିବାଳୟକୁ ଆସିବାକୁ ଛଡାଯିବନାହିଁ ।

ସେହିପରି ଏଜି ଛକରୁ ପିଏମଜି ପଟକୁ ଆସୁଥିବା ଗାଡିଗୁଡିକ ଇନ୍ଦିରାଗାନ୍ଧୀ ପାର୍କ ପୂର୍ବରୁ ବାମ ପଟକୁ ମୋଡ କରିବ । ୧୨୦ ବଟାଲିୟନରୁ ରବୀନ୍ଦ୍ର ମଣ୍ଡପ ଛକ ଆଡକୁ ଆସୁଥିବା ଗାଡିଗୁଡିକ ବିଧାୟକ କଲୋନୀ ମୋଡରେ ବାମକୁ ଯିବ ।

ତେବେ ରେଲୱେ ଷ୍ଟେସନଜ ପାଖ ବସଷ୍ଟାଣ୍ଡ, ମାଷ୍ଟରକ୍ୟାଣ୍ଟିନ କଂଗ୍ରେସ ଭବନ, ଇଡକଲ ଅଡିଟୋରିୟମ ପାଖ ପଡିଆ, ଜୟଦେବ ଭବନ, ୟୁନିଟ-୩ ଏସବିଆଇ, ରବୀନ୍ଦ୍ର ମଣ୍ଡପ ଓ ୟୁନିଟ-୨ ବାଳିକା ଉଚ୍ଚ ବିଦ୍ୟାଳୟରେ ଗାଡିଗୁଡିକ ପାର୍କିଂ କରିପାରିବେ ।

ପରେଡ ଅଭ୍ୟାସ ୨୨ ଓ ୨୩ ତାରିଖ ଅପରାହ୍ନ ୨.୩୦ରୁ ୫ ଟା ଓ ୨୪ ତାରିଖ ସକାଳ ୭ଟାରୁ ୧୦.୩୦ ମଧ୍ୟରେ ଅନୁଷ୍ଠିତ ହେବ । ଏହି ପରେଡ ସମୟରେ ମଧ୍ୟ ସମାନ କଟକଣା ଲାଗୁ ହେବ ।

Get real time updates directly on you device, subscribe now.