fbpx

ରିଲିଜ ହେଲା ‘The Conjuring: The Devil Made Me Do it’ ର ଟ୍ରେଲର

ରିଲିଜ ହୋଇଛି ହଲିଉଡର ଏକ ଚିତ୍ତାକର୍ଷକ ହରର ଫିଲ୍ମ  ‘The Conjuring: The Devil Made Me Do it’ ର ଟ୍ରେଲର  । ଏହି ଫିଲ୍ମର କାହାଣୀ ଏକ ସତ୍ୟ ଏବଂ ସମ୍ବେଦନଶୀଳ କାହାଣୀ ଉପରେ ଆଧାରିତ  । ଏଥିରେ ପୂର୍ବ ଭଳି ସମସ୍ତଙ୍କର ପ୍ରିୟ ଚରିତ୍ର ଏଡ ଏବଂ ଲରେନ ୱାରେନଙ୍କ ଭୂମିକା ତୁଲାଉଛନ୍ତି ପ୍ୟାଟ୍ରିକ ୱିଲସନ ଏବଂ ଭେରା ଫାରମିଗା  । ଏହା ଦ କଞ୍ଜ୍ୟୁରିଙ୍ଗ ସରିଜର ୭ମ ଭାଗ।

ଗୁରୁବାର ଫିଲ୍ମର ନିର୍ମାତା ଏହି ହରର ଫିଲ୍ମର ଟ୍ରେଲରକୁ ଲଞ୍ଚ କରିଛନ୍ତି, ଯାହାକୁ ନେଇ ବହୁ ଦିନରୁ ଅପେକ୍ଷା ରହିଥିଲା। ଟ୍ରେଲରରେ ରହିଥିବା ସାଉଣ୍ଡ ଇଫେକ୍ଟ, ହରର ଦୃଶ୍ୟ ଏବଂ ଦୈତ୍ୟର କିଛି କିଛି ଦୃଶ୍ୟ ଦର୍ଶକଙ୍କୁ ରୋମାଞ୍ଚିତ କରିଛି ।

ଋିପୋର୍ଟ ଅନୁସାରେ, ଫିଲ୍ମରେ ଏଡ ଏବଂ ଲରେନ ତାଙ୍କର ସବୁଠାରୁ ଅଧିକ ସମ୍ବେଦନଶୀଳ ହରର ଇନଭେଷ୍ଟିଗେସନ କରିଛନ୍ତି, ଯେଉଁଥିରେ ଜଣେ ଯୁବକ ଏକ ଭୟଙ୍କର ହତ୍ୟାକାଣ୍ଡରେ ଜଡିତ ରହିଛି । ଯୁବକଙ୍କୁ ଭୂତ ବଶୀଭୂତ କରି ଏହି ହତ୍ୟାକାଣ୍ଡ ଭିଆଇଥିଲା । ତେଣୁ ଯୁବକ ଜଣକ କୋର୍ଟରେ ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିବାକୁ ପ୍ରୟାସ କରୁଛନ୍ତି, ଯାହାକି ଆମେରିକାର କୋର୍ଟ ଇତିହାସରେ ପ୍ରଥମ ଘଟଣା ଥିଲା ।

ଏହା ପୂର୍ବରୁ ଫିଲ୍ମଟି ସେପ୍ଟେମ୍ବର ୨୦୨୦ ରେ ରିଲିଜ ହେବାର ଥିବାବେଳେ ଏବେ ଏହା ଆଗାମୀ କିଛି ମାସ ମଧ୍ୟରେ ରିଲିଜ ହେବାକୁ ଯାଉଛି । ଏହି ଫ୍ରାଞ୍ଚାଇଜର Conjuring ଏବଂ Conjuring-2 ଫିଲ୍ମ ଦୁନିଆର ସବୁଠାରୁ ଭୟଙ୍କର କଣ୍ଢେଇ ଉପରେ ଆଧାରିତ ହୋଇଥିଲା ।

The Conjuring: The Devil Made Me Do it’ କଞ୍ଜ୍ୟୁରିଙ୍ଗ ସରିଜର ୭ମ ଫିଲ୍ମ। ଏହା ପୂର୍ବରୁ ଏହି ସିରିଜର ‘Annabelle’ ‘Annabelle: Creation’, ‘The Nun’ ‘Annabelle Comes Home’ ଭଳି ଫିଲ୍ମ ଦର୍ଶକଙ୍କୁ ଖୁବ ମନୋରଞ୍ଜନ କରିଛି ।

Get real time updates directly on you device, subscribe now.