fbpx

ଓଡିଶାରୁ ଗୁଜୁରାଟକୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ଆରମ୍ଭ

ଭୁବନେଶ୍ୱର,୧୨/୯(ଓଡିଶା ଭାସ୍କର): ଭୁବନେଶ୍ୱରରୁ ଗୁଜୁରାଟକୁ ଆଜିଠାରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ଆରମ୍ଭ ହେବାକୁ ଯାଉଛି । ଆଜି ସନ୍ଧ୍ୟା ୭ଟା ୫୫ରୁ ଭୁବନେଶ୍ୱରରୁ ଛାଡିବ ଏହି ଟ୍ରେନ୍ । ସେପ୍ଟେମ୍ବର ୧୩ ଅପରାହ୍ଣ ୪ଟା ୧୦ରେ ଦୁର୍ଗ ଛାଡିବ ଟ୍ରେନ୍ । ଟିକେଟ୍ ସଂରକ୍ଷିତ କରିଥିବା ଯାତ୍ରୀ କେବଳ ଟ୍ରେନରେ ଯାଇପାରିବେ ।

ତେବେ ଖୋର୍ଦ୍ଧା ରୋଡରୁ ପ୍ରତି ମଙ୍ଗଳବାର, ଗୁରୁବାର, ଶୁକ୍ରବାର ଓ ଶନିବାର ସନ୍ଧ୍ୟା ୬ଟା ୪୦ରେ ଛାଡ଼ିବ ଏବଂ ଅହମଦାବାଦଠାରୁ ସେପ୍ଟେମ୍ବର ୧୪ରୁ ପ୍ରତି ସୋମବାର, ଗୁରୁବାର, ଶନିବାର ଓ ରବିବାର ସନ୍ଧ୍ୟା ୬ଟା ୪୦ରେ ଛାଡ଼ିବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.