fbpx
BJD
BJD SKY
BJD SKY

ଟ୍ରେନ ଦୁର୍ଘଟଣାର ମୃତକଙ୍କ ସଂଖ୍ୟା ବୃଦ୍ଧି : କାରଣ କହିଲେ ସିପିଆରଓ

ହାଇଦ୍ରାବାଦ : ବାହାନଗା ଦୁର୍ଘଟଣା ପରେ ଗତକାଲି ରାତିରେ ପୁଣି ଏକ ଟ୍ରେନ ଦୁର୍ଘଟଣା ହୋଇଛି । ଆନ୍ଧ୍ର କଣ୍ଟକାପାଲୀ ଆଲମଣ୍ଡା ଷ୍ଟେସନ ମଧ୍ୟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଗୋଟିଏ ଟ୍ରେନ ଲାଇନଚ୍ୟୁତ ହୋଇଥିବା ବେଳେ ଅନୟ ୨ଟି ଟ୍ରେନ ଆସି ଧକ୍କା ହୋଇଛନ୍ତି । ତେବେ ପ୍ରାଥମିକ ତଦନ୍ତରୁ ଜଣାପଡିଲା ଯେ, ଏହି ଦୁର୍ଘଟଣା ସିଗନାଲ ତୃଟିରୁ ହୋଇଛି । ଏନେଇ ସିପିଆରଓ ପକ୍ଷରୁ ସୂଚାନା ମିଳିଛି ।

ଏଭଳି ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାରେ ୧୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ଜଣ ଆହାତ ହୋଇଛନ୍ତି । ଏବେ ବି ବଗିରେ ମୃତଦେହ ରହିଛି, ତେଣୁ ଉଦ୍ଧାର ପ୍ରକ୍ରିୟା ଜାରି ରହିଛି । ସୂଚନା ଯୋଗ୍ୟ ଯେ, ବର୍ତ୍ତମାନ ସୁଦ୍ଧା କେବଳ ୧୦ଜଣ ମୃତକଙ୍କ ପରିଛୟ ମିଳିଛି । ତେବେ ମୃତକଙ୍କ ମଧ୍ୟରେ ଓଡ଼ିଶାର କେହି ନଥିବାର କୁହାଯାଇଛି । ସମସ୍ତ ମୃତକ ଆନ୍ଦ୍ରର ବୋଲି କେ. ମୟୂର ଅଶୋକ କହିଛନ୍ତି ।

ତେବେ ରେଳ ଦୂର୍ଘଟଣା ପରେ ମୋଟ ୨୬ଟି ଟ୍ରେନକୁ ବାତିଲ କରାଯାଇଛି । ୧୧ଟି ଟ୍ରେନ ଆଂଶିକ ବାତିଲ ହୋଇଥିବା ବେଳେ ୨୨ଟି ଟ୍ରେନର ଗତିପଥ ପରିବର୍ତ୍ତନ ହୋଇଛି । ଏନେଇ ଇଷ୍ଟକୋଚ ରେଲୱେ ସିପିଆରଓଙ୍କ ତରଫରୁ ସୂଚନା ମିଳିଛି ।

Get real time updates directly on you device, subscribe now.