fbpx

ସୂର୍ଯନଗର ଓ ବମିଖାଲ କରୋନା ରୋଗୀଙ୍କ ଟ୍ରାଭେଲ ହିଷ୍ଟ୍ରି ଲିଙ୍କ

ଭୁବନେଶ୍ୱର , ୪ା୪(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂଖ୍ୟା ୨୦କୁ ବୃଦ୍ଧି ପାଇଛି । ଗତକାଲି ୧୫ଜଣ କରୋନାରେ ଆକ୍ରାନ୍ତ ଥିବା ନେଇ ସୂଚନା ମିଳିଥିଲା । ପୂର୍ବରୁ ପ୍ରଥମ ପଜିଟିଭ ମାର୍ଚ୍ଚ୧୫, ଦ୍ୱିତୀୟ କରୋନା ପଜିଟିଭ୍ ମାର୍ଚ୍ଚ ୧୯, ତୃତୀୟ ପଜିଟିଭ ମାର୍ଚ୍ଚ ୨୬, ଚତୁର୍ଥ ମାର୍ଚ୍ଚ ୩୧, ପଞ୍ଚମ କରୋନା ରୋଗୀ ଏପ୍ରିଲ ୧, ଏପ୍ରିଲ ୩ତାରିଖରେ ଆହୁରି ୧୫ଜଣ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲେ । କିନ୍ତୁ ଆଜି ସୂର୍ଯ୍ୟନଗର ଓ ବମିଖାଲରେ ବାହାରିଥିବା କରୋନା ରୋଗୀଙ୍କ ଟ୍ରାଭେଲ ଲିଙ୍କ ବିଷୟରେ ସୂଚନା ମିଳିଛି । ଉଭୟ ମାମଲାରେ ରାଜ୍ୟ ବହାରେ ଲିଙ୍କ ଥିବା ସୂଚନା ଥିବା ଜଣାପଡ଼ିଛି । ପ୍ରଦୀପ୍ତ ଦଳ ବେହେରାଙ୍କ ସମ୍ପର୍କୀୟ କଲିକତା ଯାଇଥିଲେ । ସେଠାରୁ ସେ ସଂକ୍ରମିତ ହୋଇଛନ୍ତି । ସେହିପରି ବମିଖଶଲ କରୋନା ରୋଗୀଙ୍କ ବାପା ଭୋପାଳରେ ରୁହନ୍ତି ସେ ମଧ୍ୟ କରୋନା ପଜିଟିଭ ବୋଲି ଜଣାପଡ଼ିଛି । ଗତକାଲି ବାହାରିଥିବା ପୁରୀ ଜିଲ୍ଲାର କରୋନା ରୋଗୀ ଜଣକ ଭୁବନେଶ୍ୱର ବିଜେବି ନଗରର ସବ୍ ପୋଷ୍ଟ ଅଫିସରେ ପୋଷ୍ଟମ୍ୟାନ ଭାବେ କାମ କରନ୍ତି । ଦିଲ୍ଲୀରୁ ଫେରିବା ପରେ ସେ କରୋନା ଆକ୍ରାନ୍ତ ହୋଇଥିଲେ । ଏନେଇ ସୂଚନା ଦେଇଛନ୍ତି ବିଏମସି କମିଶନର । ବିଜେବି ନଗର ସମେତ ଏହା ସମ୍ପର୍କିତ ନଗରବାସୀଙ୍କୁ କ୍ୱାରେଣ୍ଟାଇନ ରହିବା ପାଇଁ ନିର୍ଦ୍ଦେଶ ହୋଇଛି । ଏହାସହ ଯଦି କିଛି ଲକ୍ଷଣ ଦେଖାଯାଉଛି ତେବେ ଶୀଘଘ୍ର ୧୦୪କୁ ଫୋନ କରି ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଏମସି କମିଶନର ।

Get real time updates directly on you device, subscribe now.