fbpx

ଟୁଇଟରରେ ଟ୍ରେଣ୍ଡ କରୁଛି #Boycott_SRK_Related_Brands, ଆର୍ଯ୍ୟନଙ୍କ ଗିରଫଦାରୀ ପରେ ଶାହରୁଖଙ୍କ କାମ ଉପରେ ବଡ଼ ପ୍ରଭାବ

ମୁମ୍ବାଇ: ଡ୍ରଗ୍ସ ମାମଲାରେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନ୍ ଗିରଫ ହୋଇଛନ୍ତି । ଏନସିବି ଦ୍ୱାରା ହେବାପରେ ସେ ଏବେ ଆର୍ଥର୍ ଜେଲରେ ରହିଛନ୍ତି । କୋର୍ଟ ଆର୍ଯ୍ୟନଙ୍କୁ ୧୪ଦିନ ର ନ୍ୟାୟିକ ହେପାଜତକୁ ପଠାଇ ଦେଇଛି । ତେବେ ଆର୍ଯ୍ୟନଙ୍କ ଗିରଫଦାରୀ ପରେ ଶାହରୁଖ ଖାନଙ୍କ କାମ ଉପରେ ଏହାର ଖୁବ୍ ବଡ଼ ପ୍ରଭାବ ପଡ଼ିଛି । ନିକଟରେ ଲର୍ଣ୍ଣିଂ ଆପ୍ ବାଇଜୁସ୍, ଶାହରୁଖ ଖାନଙ୍କ ସବୁ ବିଜ୍ଞାପନକୁ ବନ୍ଦ କରିଦେଇଛି । ଏବେ ସୋସସିଆଲ ମିଡିଆରେ ଶାହରୁଖ ଖାନଙ୍କ ସବୁ ବ୍ରାଣ୍ଡକୁ ବୟକଟ୍ କରିବାକୁ ନେଇ ଦାବି ହେବାରେ ଲାଗିଛି । ଫଳରେ ଶାହରୁଖଙ୍କ କାମ ତଥା ବ୍ୟବସାୟ ଉପରେ ଏହାର ସିଧାସଳଖ ପ୍ରଭାବ ଦେଖିବାକୁ ମିଳିଛି ।

ଟୁଇଟର୍ ରେ ଏବେ ଶାହରୁଖ ଖାନଙ୍କ ବ୍ରାଣ୍ଡକୁ ବୟକଟ୍ କରିବା ନେଇ ଦାବି ଜୋରସୋରରେ ଦେଖିବାକୁ ମିଳିଛି । ଟୁଇଟର୍ ରେ Boycott_SRK_Related_Brand ହ୍ୟାସଟ୍ୟାଗ୍ ଟ୍ରେଣ୍ଡ କରୁଛି । ଜଣେ ୟୁଜର୍ ଲେଖିଛନ୍ତି ଯେ, ଶାହରୁଖ ଖାନଙ୍କ ଦ୍ୱାରା ପ୍ରମୋଟ କରାଯାଇଥିବା ସବୁ ବ୍ରାଣ୍ଡକୁ ବୟକଟ୍ କରୁଛି । ଖାଲି ଏହା ନୁହେଁ କିଛି ୟୁଜର୍ ଏହା ମଧ୍ୟ କହିଛନ୍ତି ଯେ, ଶାହରୁଖଙ୍କ ଫିଲ୍ମକୁ ବି ବୟକଟ୍ କରାଯାଉ ।

ସୂଚନାଯୋଗ୍ୟ, ଆର୍ଯ୍ୟନ୍ ଙ୍କ ଗିରଫଦାରୀ ପରଠାରୁ ‘ପଠାନ୍’ ଫିଲ୍ମର ଶୁଟିଂ ରେ ରୋକ ଲଗାଯାଇଛି । ଏହି ଫିଲ୍ମରେ ଶାହରୁଖ, ଦୀପିକା ପାଦୁକୋନ ଏବଂ ଜନ୍ ଆବ୍ରାହମ୍ ଲିହ୍ ରୋଲ୍ ରେ ନଜର ଆସିବେ । ଶାହରୁଖ ଖାନ୍ ଓ ଦୀପିକା ଫିଲ୍ମର ଏକ ଗୀତ ଶୁଟ୍ କରିବା ପାଇଁ ସ୍ପେନ୍ ଯାଉଥିବା ସିଡ୍ୟୁଲକୁ ମେକର୍ସ ମାନେ ବାତିଲ କରିଦେଇଛନ୍ତି । ତେବେ ଶୁକ୍ରବାର ଦିନ ଆର୍ଯ୍ୟନଙ୍କ ଜାମିନ୍ ଆବେଦନକୁ ଏସପ୍ଲାନେଡ୍ କୋର୍ଟ ଖାରଜ କରିଦେଇଛନ୍ତି ।

Get real time updates directly on you device, subscribe now.