fbpx

ଚେତାବନୀ: ଜାପାନରେ ସୁନାମୀ କରିବ ବିନାଶ

ଜାପାନରେ ପୁଣି ଥରେ ଭୟଙ୍କର ସୁନାମୀର ସାମନା କରିବାକୁ ଯାଉଛି । ଏନେଇ ଜାପାନ ସରକାରଙ୍କ ଏକ ପ୍ୟାନେଲ ପକ୍ଷରୁ ଚେତାବନୀ ଦିଆଯାଇଛି । ପ୍ୟାନେଲ ପକ୍ଷରୁ କୁହାଯାଇଛି ଯେ, ଏଥର ସୁନାମୀ ଆସିବ ତ ତାହାର ତରଙ୍ଗ ୩୦ ମିଟର ବା ୯୮ ଫୁଟରୁ ଅଧିକ ଉଚ୍ଚ ଉଠିବ । ଏକ ଶକ୍ତିଶାଳୀ ଭୂକମ୍ପ ପରେ ଏହା ଘଟିବ । ଭୂକମ୍ପର ତୀବ୍ରତା ରିକ୍ଟ ସ୍କେଲରେ ୯ ହୋଇପାରେ ।’

ଭୂକମ୍ପ ଓ ସୁନାମୀ ଉପରେ କାମ କରୁଥିବା ବିଶେଷଜ୍ଞମାନେ କହିଛନ୍ତି ଯେ, ପ୍ରଶାନ୍ତ ମହାସାଗର ତଳ ଦେଇ ପୃଥିବୀର ପ୍ଲେଟରେ କେବେବି ଭୂକମ୍ପ ଆସିପାରେ । ଏହି କାରଣରୁ ଜାପାନର ହୋକାଇଡୋ ଓ ଇୱାତେ ପରଫେକ୍ଟର ସୁନାମୀରେ ଆକ୍ରାନ୍ତ ହୋଇପାରନ୍ତି ।

ତେବେ ସରକାରୀ ପ୍ୟାନେଲ କହିଛି ଯେ, ଜାପାନରେ ପ୍ରତି ୩୦୦ରୁ ୪୦୦ ବର୍ଷ ମଧ୍ୟରେ ବଡ ଭୂକମ୍ପ ଓ ମହାସୁନାମୀ ଆସିଥାଏ । ଶେଷଥର ୧୭ତମ ଶତାବ୍ଦୀରେ ଆସିଥିବା ବେଳେ ବର୍ତ୍ତମାନ ସମୟରେ ପୁଣି ଆସିବ ।

Get real time updates directly on you device, subscribe now.