fbpx
BJD SKY
BJD SKY

ଉତ୍ତରକାଶୀରେ ଟନେଲ ଭୁଶୁଡିବା ଘଟଣା; ଫସି ରହିଥିବା ୪୦ ଶ୍ରମିକଙ୍କ ପାଇଁ ପଠାଗଲା ଖାଦ୍ୟ ଓ ଅମ୍ଳଜାନ

BJD

ଓଡିଶା ଭାସ୍କର; ଉତ୍ତରକାଶୀରେ ଟନେଲ ଭୁଶୁଡିବା ଘଟଣାରେ ସାମ୍ନାକୁ ଆସିଛି କିଛି ନୂଆ ଅପଡେଟ । ଟନେଲ ଭିତରେ ଫସି ରହିଥିବା ସମସ୍ତ ୪୦ ଶ୍ରମିକଙ୍କ ପାଇଁ ପଠାଗଲା ଖାଦ୍ୟ ଓ ଅମ୍ଳଜାନ । ତେବେ ଉଦ୍ଧାରକାରୀ ଦଳ ଶ୍ରମିକଙ୍କ ସହ ଯୋଗାଯୋଗ କରିଥିବା ମଧ୍ୟ ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ସମସ୍ତ ଶ୍ରମିକ ମାନେ ସୁରକ୍ଷିତ ଥିବା ନେଇ ପ୍ରଶାସନ ପକ୍ଷରୁ କୁହାଯାଇଛି । ଏହି ଦୁର୍ଘଟଣାରେ ଟନେଲର ୧୫୦ ମିଟର ଲମ୍ବ ଭାଗ ଦବିଯାଇଥିବା ସୂଚନା ରହିଛି । ଉଦ୍ଧାର କାର୍ୟ୍ୟରେ NDRF, SDRF, ITBP, BRO ଭଳି ଦଳ ନିୟୋଜିତ ରହିଛନ୍ତି । ପାଇପ ଯୋଗେ ଶ୍ରମିକଙ୍କ ପାଖକୁ ଖାଦ୍ୟ,ପାଣି ଓ ଅମ୍ଳଜାନ ପଠାଯାଉଛି ବୋଲି ଉଦ୍ଧାରକାରୀ ଦଳ ପ୍ରତିକ୍ରିୟା ରଖିଛନ୍ତି । ଶ୍ରମିକଙ୍କ ଠାରୁ ଉଦ୍ଧାରକାରୀ ଦଳ ୬୦ ମିଟର ଦୂରରେ ରହିଛନ୍ତି । ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ଅପରେସନ ଜାରି ରହିଛି ।

ସୂଚନା ଥାଉକି, ଉତ୍ତରାଖଣ୍ଡର ଉତ୍ତରକାଶୀରେ ଏକ ଟନେଲରେ ୪୦ ଜଣ ଶ୍ରମିକ ଫସି ରହିଛନ୍ତି । ଟନେଲରେ ଭୂସ୍ଖଳନ ହେତୁ ଏହା ଘଟିଛି । ଯମୁନୋତ୍ରି ଜାତୀୟ ରାଜପଥରେ ରାସ୍ତା ନିର୍ମାଣ କାର୍ୟ୍ୟ ଚାଲିଛି । ଏହା ଅଧୀନରେ ସିଲ୍କିରା ଠାରୁ ଡାଣ୍ଡାଲଗାଓଁ ପର୍ୟ୍ୟନ୍ତ ଏକ ଟନେଲ ମଧ୍ୟ ନିର୍ମାଣ କରାଯାଉଛି । ଶ୍ରମିକମାନଙ୍କୁ ଟନେଲରୁ ବାହାର କରିବା ପାଇଁ ଉଦ୍ୟମ ଚାଲିଛି ।

 

Get real time updates directly on you device, subscribe now.