fbpx

Big Breaking; କୂଅ ଭିତରୁ ଯାଆଁଳା ଶିଶୁଙ୍କ ମୃତଦେହ ଉଦ୍ଧାର: ଜଣେ ପୁଅ ଆଉ ଜଣେ ଝିଅ

ଅନୁଗୁଳ: ଅନୁଗୁଳର ବନ୍ତଳା ଥାନା ବସଲା ଗାଁ ମୁଣ୍ଡାଢିପ ସାହିରେ ଦେଖିବାକୁ ମିଳିଛି ହୃଦୟ ବିଦାରକ ଘଟଣା । ଏକ କୂଅ ଭିତରୁ ଉଦ୍ଧାର ହୋଇଛି ଦୁଇ ଯାଆଁଳା ଶିଶୁଙ୍କ ମୃତଦେହ । ନିଜ ଘର ପଛପଟୁ ଉଭୟଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜାଣିବାକୁ ମିଳିଛି । ତେବେ ମୃତ ଯାଆଁଳା ଶିଶୁ ମାତ୍ର ୩-୪ ମାସର ହୋଇଥିବା ବେଳେ କୂଅ ଭିତରୁ ସେମାନଙ୍କ ମୃତ ଶରୀର ଉଦ୍ଧାର କରାଯାଇଛି । ଉଭୟଙ୍କ ମଧ୍ୟରେ ଜଣେ ପୁଅ ଏବଂ ଅନ୍ୟ ଜଣେ ଝିଅ ବୋଲି ଜାଣିବାକୁ ମିଳିଛି । ତେବେ ଉଭୟଙ୍କ ମୃତଦେହ ମିଳିବା ପରେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

Get real time updates directly on you device, subscribe now.