fbpx

IPLରେ ଆଜି ଐତିହାସିକ ମ୍ୟାଚ: ପ୍ରଥମ ଥର ଭାଇ-ଭାଇ ଭିତରେ ମୁକାବିଲା, ଲଢିବେ ପାଣ୍ଡ୍ୟା ବ୍ରଦର୍ସ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗରେ ଯୋଡି ହେଉଛି ଇତିହାସର ଗୋଟିଏ ପରେ ଗୋଟିଏ ଫର୍ଦ୍ଦ । ଆଜି ଚଳିତ ସିଜନର ୫୧ତମ ମ୍ୟାଚରେ ମଧ୍ୟ ଆଉ ଏକ ଇତିହାସ ଲେଖିବାକୁ ଯାଉଛି ଆଇପିଏଲ । ଆଜିର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଗୁଜୁରାଟ ଟାଇଟନ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ । ଯେଉଁ ମ୍ୟାଚରେ ଅଧିନାୟକ ଭାବରେ ଦୁଇ ଭାଇ ପରସ୍ପରକୁ ସାମନା କରିବେ । ଗୋଟିଏ ପଟେ ହାର୍ଦ୍ଦିକ ପାଣ୍ଡ୍ୟା ଗୁଜୁରାଟର ଅଧିନାୟକ ଥିବା ବେଳେ କ୍ରୁନାଲ ପାଣ୍ଡ୍ୟାଙ୍କୁ ମଧ୍ୟ ସୁପର ଜିଆଣ୍ଟସର ନେତୃତ୍ୱ ମିଳିଛି ।

Hardik Pandya vs Krunal Pandya: This time the 'fight' of Pandya brothers  will be special, both brothers will create new history in IPL. Hardik  Pandya and Krunal Pandya come face to face

ଆଇପିଏଲ ଇତିହାସରେ ଅନେକ ସମୟରେ ଦୁଇ ଭାଇଙ୍କୁ ଖେଳିବାର ଦେଖାଯାଇଛି । ଇରଫାନ ପଠାନ-ୟୁସୁଫ ପଠାନ୍, ମିଚେଲ ମାର୍ଶ-ସନ୍ ମାର୍ଶ, ସାମ୍ କରନ- ଟମ୍ କରନ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା-କ୍ରୁନାଲ ପାଣ୍ଡ୍ୟାଙ୍କ ଭଳି ଆହୁରି ଉଦାହରଣ ରହିଛି । ତେବେ ଅନେକ ସମୟରେ ଏମାନଙ୍କୁ ପରସ୍ପରଙ୍କ ବିରୋଧରେ ମଧ୍ୟ ଖେଳୁଥିବାର ଦେଖାଯାଏ । କିନ୍ତୁ ଇତିହାସରେ ପ୍ରଥମ ଥର ଦୁଇ ଭାଇ ଦୁଇଟି ଦଳର ଅଧିନାୟକ ଭାବରେ ମୁହାଁମୁହିଁ ହେବାକୁ ଯାଉଛନ୍ତି । ଏମିତି କରି ଇତିହାସରେ ଏକ ନୂଆ ଅଧ୍ୟାୟ ଲେଖିବାକୁ ତତ୍ପର ପାଣ୍ଡ୍ୟା ବ୍ରଦର୍ସ । ୨୦୨୨ରେ ମୁମ୍ବାଇରୁ ଅଲଗା ହେବା ପରେ ଗୁଜୁରାଟ ପାଣ୍ଡ୍ୟାଙ୍କୁ ଅଧିନାୟକ ପଦ ଦେଇଥିଲା । ସେପଟେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଦଳରେ ସାମିଲ ହୋଇଥିଲେ କ୍ରୁନାଲ ପାଣ୍ଡ୍ୟା । କିନ୍ତୁ ଚଳିତବର୍ଷ ଦଳର ଲକ୍ଷ୍ନୌର ଅଧିନାୟକ କେ.ଏଲ ରାହୁଲ ଆହତ ହୋଇ ବାଦ୍ ପଡିବାରୁ ତାଙ୍କ ସ୍ଥାନରେ ଦଳର ନେତୃତ୍ୱ ନେଉଛନ୍ତି କ୍ରୁନାଲ ।

Hardik and Krunal Pandya become first brothers to captain teams in IPL |  Sporting News India

ତେବେ ଆଜି ଏହି ଦୁଇ ଦଳ ନିଜ ନିଜ ଭିତରେ ମହାମୁକାବିଲା ଖେଳିବାକୁ ଯାଉଛନ୍ତି । ଅର୍ଥାତ୍ ପାଣ୍ଡ୍ୟା ବ୍ରଦର୍ସ ମଧ୍ୟ ଏହି ମ୍ୟାଚରେ ଲଢେଇ କରିବା ପାଇଁ ମଇଦାନକୁ ଓହ୍ଲାଇବେ । ଇଣ୍ଡିଆନ୍ ପ୍ରିମିୟର ଲିଗର ଇତିହାସରେ ପୂର୍ବରୁ କେବେ ଏଭଳି ସଂଯୋଗ ଦେଖିବାକୁ ମିଳି ନଥିଲା । ତେଣୁ ଯଦି ଆଜି ପାଣ୍ଡ୍ୟା ବ୍ରଦର୍ସ ଉଭୟ ଦଳ ପାଇଁ ଉପସ୍ଥିତ ରୁହନ୍ତି, ତେବେ ଆଇପିଏଲରେ ଏକ ନୂଆ ଇତିହାସ ଲେଖାଯିବ ।

Get real time updates directly on you device, subscribe now.