fbpx

ରାଜନୀତିର ବିରଳ ଘଟଣା! ୧ ଘଣ୍ଟା ପୂର୍ବରୁ ଦଳରେ ମିଶିଲେ, ତା’ପରେ ମିଳିଗଲା ଲୋକସଭା ଟିକେଟ୍, ଏହାକୁ କହିବ ଭାଗ୍ୟ

ନୂଆଦିଲ୍ଲୀ: ଆଜି ବିଜେପି ତା’ର ୫ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ମୋଟ ୧୧୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିବା ବେଳେ ଏହା ମଧ୍ୟରେ ଦେଖିବାକୁ ମିଳିଛି ଏକ ବିରଳ ଘଟଣା । ସାଧାରଣ ଭାବେ ରାଜନୀତିରେ ଟିକେଟ ଖଣ୍ଡେ ପାଇବାକୁ ବହୁ ଧନଶାଳୀ, ବଳଶାଳୀ ପ୍ରତିଷ୍ଠିତ ବ୍ୟକ୍ତିମାନେ କଠିନ ସଂଘର୍ଷ କରିଥାନ୍ତି । ଏହା ପରେ ବି ବହୁତ କମ୍ ଲୋକଙ୍କୁ ଟିକେଟ ମିଳିଥାଏ । ତେବେ ଆଜି ବିଜେପି ପକ୍ଷରୁ ୫ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଥିବା ବେଳେ ଏହା ମଧ୍ୟରେ ଦେଖିବାକୁ ମିଳିଛି ଏକ ବିରଳ ଘଟଣା । ଅନ୍ୟ ଦଳରୁ ଇସ୍ତଫା ଦେଇ ଗୋଟିଏ ଦଳରେ ମିଶିବାର ପାଖାପାଖି ୧ ଘଣ୍ଟା ପରେ ଜଣେ ବ୍ୟକ୍ତିଙ୍କୁ ଲୋକସଭା ଟିକେଟ୍ ମିଳିବା ବୋଧହୁଏ ରାଜନୀତିର ଏକ ବିରଳ ଘଟଣା । ଏହା ପୂର୍ବରୁ ଏପରି ଘଟଣା ଘଟିଥାଇପାରେ, ମାତ୍ର ଏହି ଘଟଣାଟି ନିଶ୍ଚିତ ଭାବେ ଅନନ୍ୟ ।

ଆଜି ବିଜେପି ହରିୟାଣାର ୪ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଦୁଇ ପ୍ରାର୍ଥୀ ନବୀନ ଜିନ୍ଦଲ ଓ ରଣଜୀତ ଚୌଟାଲାଙ୍କ ନାମକୁ ନେଇ ବେଶ୍ ଚର୍ଚ୍ଚା ହେଉଛି । କାରଣ ଲିଷ୍ଟ ଜାରି ହେବାର ପାଖାପାଖି ୧ ଘଣ୍ଟା ପୂର୍ବରୁ ନବୀନ ଓ ରଣଜୀତ ବିଜେପିରେ ସାମିଲ ହୋଇଥିଲେ । ନବୀନଙ୍କୁ କୁରୁକ୍ଷେତ୍ର ଆସନରୁ ଓ ରଣଜୀତଙ୍କୁ ହିସାର ଆସନରୁ ପ୍ରାର୍ଥୀ କରାଯାଇଛି । ତେବେ ଏହି ଦୁଇ ଜଣ ପ୍ରତିଷ୍ଠିତ ବ୍ୟକ୍ତି ହୋଇଥାପାରନ୍ତି, ମାତ୍ର ଦେଶରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କର ଅଭାବ ନାହିଁ । ପୂର୍ବରୁ ଅନେକ ନିର୍ବାଚନରେ ଏପରି ବହୁ ହେଭିୱେଟ୍ ନେତାଙ୍କର ଟିକେଟ କଟିଛି । କିଏ ବାଧ୍ୟହୋଇ ଅନ୍ୟ ଦଳରେ ସାମିଲ ହୋଇଛି ତ କିଏ ସ୍ୱାଧୀନ ଭାବେ ଲଢ଼ିଛି । ତେଣୁ ଏହାକୁ ହିଁ କୁହାଯିବ ଭାଗ୍ୟ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଆଜି ବିଜେପିରେ ସାମିଲ ହେବା ସମୟରେ ଦଳର ମୁଖ୍ୟାଳୟରେ ନବୀନ କହିଥିଲେ ‘ଆଜି ମୋ ଜୀବନର ଏକ ମହତ୍ତ୍ୱପୂର୍ଣ୍ଣ ଦିନ । ବିଜେପି ସହିତ ଯୋଡ଼ି ହେବା ମୋ ପାଇଁ ଏକ ବଡ଼ ଭୌଭାଗ୍ୟ ।’

Get real time updates directly on you device, subscribe now.