fbpx

(Video) ସ୍ୱାଧିନତା ଦିବସରେ ଅଘଟଣ: ଚଳନ୍ତା ଟ୍ରେନରୁ ଅଲଗା ହୋଇଗଲା ଦୁଇଟି ବଗି, ଯାତ୍ରୀମାନେ….

ନୂଆଦିଲ୍ଲୀ: ଗତ କିଛିଦିନ ଧରି ଦେଶର ବିଭିନ୍ନ ସ୍ଥାନରେ ଏକାଧିକ ଛୋଟ ଟ୍ରେନ ଦୁର୍ଘଟଣା ଦେଖିବାକୁ ମିଳିଛି । ଗତ ମାସ ୨୦ ତାରିଖରେ ୟୁପିରେ, ୨୧ ତାରିଖରେ ଅଲୱୋର ଠାରେ ମାଲଗାଡ଼ିରୁ ଡବା ଲାଇନଚ୍ୟୁତ ହୋଇଯାଇଥିଲା । ସେହିପରି ଗତ ସପ୍ତାହରେ ମଧ୍ୟପ୍ରଦେଶର ଇଟାରସୀ ରେଲୱେଠାରେ ଏକ ପାସେଞ୍ଜର ଟ୍ରେନ ଲାଇନରୁ ୨ଟି କୋଚ ବିଦ୍ୟୁତ ହୋଇଥିଲା । ତେବେ ଏହା ମଧ୍ୟରେ ସ୍ୱାଧିନତା ଦିବସରେ ଘଟିଯାଇଛି ଏକ ଅଘଟଣ ।

ସୂଚନା ମୁତାବକ, ଗୁଜରାଟର ସୂରତ ନିକଟରେ ଏକ ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଛି । ସବୁଠାରୁ ବଡ଼ କଥା ହେଉଛି ଏହି ଅଘଟଣରେ ଯାତ୍ରୀଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି । ଗତକାଲି ସକାଳ ସମୟରେ ଅହମଦାବାଦ-ମୁମ୍ବାଇ ଡବଲ ଡେକର ଏକ୍ସପ୍ରେସର ଦୁଇଟି ଡବା ଚଳନ୍ତା ଟ୍ରେନରୁ ଅଲଗା ହୋଇଯାଇଥିଲା । ଡିବା ଅଲଗା ହୋଇଯିବା ପରେ ଯାତ୍ରୀଙ୍କ ମଧ୍ୟରେ ହାହାକାର ମଚିଯାଇଥିଲା । ଏହି ଘଟଣାରେ କାହାର କୌଣସି କ୍ଷତି ହୋଇନଥିଲା ।

ସକାଳ ପାଖାପାଖି ୮.୫୦ ସମୟରେ ଟ୍ରେନ ନମ୍ବର ୧୨୯୩୨ ସାୟନ ଓ ସୂରତ ରେଲୱେ ଷ୍ଟେସନ ମଧ୍ୟରେ ଗୋଥଙ୍ଗମ ୟାର୍ଡରେ ପହଞ୍ଚିଥିବା ପଶ୍ଚିମୀ ରେଲୱେ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି କୁହାଯାଇଛି । ଏହି ଘଟଣାରେ କୌଣସି ଯାତ୍ରୀ ଆହତ ହୋଇନଥିବା ବେଳେ ଅଲଗା ହୋଇଥିବା ଡିବାଗୁଡ଼ିକୁ ପରବର୍ତ୍ତୀ ସମୟରେ ଟ୍ରେନରେ ଯୋଡ଼ି ଦିଆଯାଇଥିଲା । ପୂର୍ବାହ୍ନ ୧୧.୨୨ ସମୟରେ ଉପ ମୁଖ୍ୟ ଲାଇନରେ ଟ୍ରେନ ଚଳାଚଳ ଆରମ୍ଭ ହୋଇଥିଲା । ଏହି ଦୁର୍ଘଟଣାରେ ଅନ୍ୟ ମାର୍ଗରେ କୌଣସି ଟ୍ରେନ ଯାତ୍ରା ପ୍ରଭାବିତ ହୋଇଥିଲା ।

Get real time updates directly on you device, subscribe now.