ପାରାଦୀପ ପୋର୍ଟରେ ଅଘଟଣ, ଜାହାଜରୁ ଖସିପଡ଼ିଲେ ଦୁଇ କ୍ରିୟୁ ମେମ୍ବର
ସିଆଇଏସଏଫ ଓ ମେରାଇନ୍ ପୋଲିସ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ପାରାଦୀପ: ଜାହାଜରୁ ଖସିପଡ଼ିଲେ ୨ କ୍ରିୟୁ ମେମ୍ବର। ଜଣେ କ୍ରିୟୁ ମେମ୍ବରକୁ ଉଦ୍ଧାର କରାଯାଇଥିବା ବେଳେ ଏବେବି ଜଣେ କ୍ରିୟୁ ମେମ୍ବର ନିଖୋଜ ଅଛନ୍ତି।
ପାରାଦୀପ ପୋର୍ଟ ବର୍ଥରେ ଘଟିଛି ଅଘଟଣ। ୨ କ୍ରିୟୁ ମେମ୍ବର ଚୀନର ନାଗରିକ ହୋଇଥିବା ସୂଚନା ରହିଛି।
ସିଆଇଏସଏଫ ଓ ମେରାଇନ୍ ପୋଲିସ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ହେଲେ ଅନ୍ୟ ଜଣେ କ୍ରିୟୁ ମେମ୍ବରଙ୍କ କୌଣସି ପତ୍ତା ମିଳୁନି।