fbpx
BSKY
BJD SHG SKY
BJD YOUTH SKY

୨ଟି ସାମୁଦ୍ରିକ ଝଡ଼ ମୁହାଁମୁହିଁ ; ଆତଙ୍କରେ ଏହି ଦେଶବାସୀ !

ଅଷ୍ଟ୍ରେଲିଆ ୧୦ା୪ (ଓଡିଶା ଭାସ୍କର) :  ପଶ୍ଚିମ ଅଷ୍ଟ୍ରେଲିଆରେ ଘୃର୍ଣ୍ଣିବାତ୍ୟା ନେଇ ସତର୍କ ଜାରି କଲେ ପାଣିପାଗ ବିଭାଗ । ଏକାଥରେ ୨ଟି ସାମୁଦ୍ରିକ ବାତ୍ୟା ଅଷ୍ଟ୍ରେଲିଆରେ ସୃଷ୍ଟି ହୋଇଛି । ଏହି ଦୁଇଟି ସାମୁଦ୍ରିକ ବାତ୍ୟା ଅଲଗା ଅଲଗା ହୋଇଥିବାରୁ ଲୋକମାନଙ୍କୁ ସୁରକ୍ଷିତ ଜାଗାକୁ ଯିବା ପାଇଁ ସତର୍କ କରାଯାଇଛି । ସୃଷ୍ଟି ହେଇଥିବା ଦୁଇଟି ସାମୁଦ୍ରିକ ଚକ୍ରବର୍ତ୍ତୀର ନାମ ହେଉଛି ‘ସେରୋଜା’ ଏବଂ ‘ଓଡ଼େଟ୍’ । ପାଣିପାଗ ବିଭାଗ ଅନୁସାରେ ଏହିଭଳି ଘୃର୍ଣ୍ଣିବାତ୍ୟା ବହୁତ କମ ଦେଖିବାକୁ ମିଳେ । ଏହି ବାତ୍ୟା ଯୋଗୁ ପଶ୍ଚିମ ଅଷ୍ଟ୍ରେଲିଆର ମୌସମ ଉପରେ ବହୁତ ଖରାପ ପ୍ରଭାବ ପଡ଼ିପାରେ ।

ସମୁଦ୍ର ମଧ୍ୟରେ ‘ଓଡ଼େଟ୍’ ଏକ ସାଧାରଣ ଲଘୁଚାପ ଭାବେ ଦେଖା ଯାଇଥିବା ବେଳେ ଶୁକ୍ରବାର ସକାଳେ ଏହା ଘୂର୍ଣ୍ଣିବାତ୍ୟାରେ ପରିଣତ ହୋଇଛି । ସେହିପରି ‘ସେରୋଜା’ ଲଘୁଚାପ ଘୃର୍ଣ୍ଣିଝଡ଼ରେ ପରିଣତ ହୋଇସାରିଛି । ଏହି ବାତ୍ୟା ରବିବାର ଅଷ୍ଟ୍ରେଲିଆ ଉପକୂଳରେ ମାଡ଼ ହେବା ସହ ଘଣ୍ଟା ପ୍ରତି ୯୩ କିମି ବେଗରେ ପବନ ବୋହିବ । ଏଥିସହ ଘୃର୍ଣ୍ଣିବତ୍ୟା ‘ସେରୋଜା’୯୬୦ କିମି ଦୀର୍ଘ ଉପକୂଳରେ ତାଣ୍ଡବ ରଚିବା ନେଇ ସୂଚନା ରହିଛି । ଉପକୂଳବର୍ତ୍ତୀ ଅଂଚଳରେ ଥିବା ଲୋକମାନଙ୍କୁ ବର୍ଷା ଓ ପବନର ଭୟବହତା ସମ୍ପର୍କରେ ପାଣିପାଗ ବିଭାଗ ପକ୍ଷରୁ ଜଣାଇ ଦିଆଯାଇଛି ।

ଘୃର୍ଣ୍ଣିବାତ୍ୟା ‘ସେରୋଜା’ ଯୋଗୁ ପ୍ରବଳ ବର୍ଷା ସହ ବନ୍ୟା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇପାରେ । ଏହି ସାମୁଦ୍ରିକ ଝଡ଼ ପାଇଁ ଦକ୍ଷିଣ ଅଷ୍ଟ୍ରେଲିଆରେ ବହୁତ କ୍ଷୟକ୍ଷତିି ହେବ ବୋଲି ପାଣିପାଗ ବିଭାଗ ତରଫରୁ ସତର୍କ କରାଯାଇଛି । ସେହିଭଳ ଘୃର୍ଣ୍ଣିବାତ୍ୟା ‘ଓଡ଼େଟ୍’ ଶନିବାର ରାତି ସୁଦ୍ଧା ଅଷ୍ଟ୍ରେଲିଆ ଉପକୂଳ ଛୁଇଁବ । ଯେଉଁଥିପାଇଁ ଜୋରରେ ପବନ ବହିବା ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିଯୋଗୁ ବନ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି ବୋଲି ପାଣିପାଗ ବିଭାଗ କହିଛି ।

Get real time updates directly on you device, subscribe now.