fbpx

ପାଇଖାନା ଟାଙ୍କିରୁ ଦୁଇ ମୃତଦେହ ଉଦ୍ଧାର

ସମ୍ବଲପୁର, ୧୧ା୮(ଓଡ଼ିଶା ଭାସ୍କର): ସମ୍ବଲପୁର ଗୋବିନ୍ଦପୁର ଥାନା ତାଳଡ଼ିହି କିସାନପଡ଼ାରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ସାନଭାଇ ତାର ବାପା, ବଡ଼ଭାଇ ଓ ଭାଉଜଙ୍କୁ ଟାଙ୍ଗିଆରେ ହାଣିଥିବା ସୂଚନା ମିଳିଛି । ପରେ ଅଙ୍ଗନବାଡ଼ି କେନ୍ଦ୍ର ପାଇଖାନା ଟାଙ୍କିରୁ ବାପା ଦିଲ୍ଲୀପ ମାଝୀ ଓ ପୁଅ ବିଶ୍ୱରାଜ ମାଝୀଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଏହାସହ ପାଇଖାନା ଟାଙ୍କୀରୁ ଗୁରୁତର ଅବସ୍ଥାରେ ସରିତା ମାଝୀଙ୍କୁ ଉଦ୍ଧାର କରାଯାଇଛି । ଏହାପରେ ତାଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳଚୁ ସ୍ଥାନାନ୍ତର କରାଯାଇଛି ।ଏହି ଘଟଣାରେ ଅଭିଯୁକ୍ତ ମୃତକଙ୍କ ସାନଭାଇ ସନାତନ ମାଝୀକୁ ଗୋବିନ୍ଦପୁର ଥାନାରେ ଅଟକ ରଖାଯାଇଛି । ଜମିବାଡ଼ି ବିବାଦରୁ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।

Get real time updates directly on you device, subscribe now.