fbpx
BJD SKY
BJD SKY

ଆସିଗଲା ଦିପାବଳୀ ଉପହାର: ଏଣିକି ବର୍ଷକୁ ଦୁଇଟି ଗ୍ୟାସ୍ ସିଲିଣ୍ଡର ମାଗଣାରେ ମିଳିବ, ପ୍ରତିଶ୍ରୁତି ରଖିଲେ ସରକାର

BJD

ନୂଆଦିଲ୍ଲୀ: ଏଥର ଦିପାବଳୀ ଖୁବ୍ ଜମିବ । ଜନସାଧାରଣ ପ୍ରଥମ ଥର ପାଇଁ ମାଗଣାରେ ଗ୍ୟାସ ସିଲିଣ୍ଡର ପାଇବେ । ସିଲିଣ୍ଡରର ଅର୍ଥ ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର (ଡିବିଟି) ଜରିଆରେ ଗ୍ରାହକଙ୍କ ଆକାଉଣ୍ଟକୁ ପଠାଯିବ । ବର୍ଷକୁ ଦୁଇଟି ଗ୍ୟାସ ସିଲିଣ୍ଡର ଜନତାଙ୍କୁ ପ୍ରଦାନ ନେଇ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଆଗକୁ ଆସୁଥିବା ଦିପାବଳୀ ଉପଲକ୍ଷେ ଏହି ଘୋଷଣା କରାଯାଇଛି ।

ସୂଚନା ମୁତାବକ, ଉତ୍ତରପ୍ରଦେଶର ଉଜ୍ଜ୍ୱଳା ଯୋଜନାର ଉପଭୋକ୍ତାଙ୍କୁ ପୂର୍ବରୁ ଗୋଟିଏ ଏଲପିଜି ସିଲିଣ୍ଡର ପ୍ରଦାନ କରାଯାଉଥିବା ବେଳେ ଏଣିକି ବର୍ଷକୁ ଦୁଇଟି ମାଗଣା ସିଲିଣ୍ଡର ପ୍ରଦାନ କରାଯିବ । ଦିପାବଳୀ ପାଇଁ ଗୋଟିଏ ଓ ହୋଲି ପାଇଁ ଗୋଟିଏ ଏପରି ଭାବେ ଗ୍ରାହକଙ୍କୁ ବର୍ଷକୁ ଦୁଇଟି ସିଲିଣ୍ଡର ମାଗଣାରେ ପ୍ରଦାନ କରାଯିବ ।

ଗତ ବିଧାନସଭା ନିର୍ବାଚନ ସମୟରେ ନିଜର ଘୋଷଣା ପତ୍ରରେ ବିଜେପି ଏନେଇ ପ୍ରତିଶ୍ରୁତି ଦେଇଥିଲା । ହୋଲି ଓ ଦିପାବଳୀ ଅବରସରେ ମହିଳାଙ୍କୁ ଦୁଇଟି ମାଗଣା ରୋଷେଇ ଗ୍ୟାସ ସିଲିଣ୍ଡର ପ୍ରଦାନ କରିବାକୁ ଦଳ ଘୋଷଣା କରିଥିଲା । ସେଥିପାଇଁ ବଜେଟରେ ୩୩୦୦ କୋଟିରୁ ଅଧିକ ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା । ନିକଟରେ ଉତ୍ତରପ୍ରଦେଶର ମୁଖ୍ୟସଚିବ ଏହି ଯୋଜନା ସମ୍ବନ୍ଧିତ ପ୍ରସ୍ତାବକୁ ନେଇ ବିଭାଗୀୟ ଅଧିକାରୀଙ୍କ ସହିତ ବୈଠକ କରିବା ସହ ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ଚଳିତ ଦିପାବଳୀ ପୂର୍ବରୁ ରାଜ୍ୟବାସୀଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି ।

Get real time updates directly on you device, subscribe now.