fbpx

ଦୁଇ ଯୁବକ ନାବାଳିକାଙ୍କ ସହ ରଖିଥିଲେ ଶାରୀରିକ ସମ୍ପର୍କ, କରାଯିବ ଡିଏନଏ ଟେଷ୍ଟ

ସୁରତ, ୨୮ା୧୨: ଫିଲ୍ମ କାହାଣୀ ପରି ଏକ ଘଟଣା ସୁରତରେ ଘଟିଛି । ଦୁଇ ଜଣ ଯୁବକ ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପରେ ସେ ଗର୍ଭବତୀ ହୋଇଥିଲେ । ତେବେ ନାବାଳିକାଙ୍କ ପେଟରେ ବଢ଼ୁଥିବା ଛୁଆର ବାପ କିଏ ତା’ର ପ୍ରମାଣ ପାଇବା ପାଇଁ ଡିଏନଏ ଟେଷ୍ଟ କରାଯିବ ବୋଲି ଜଣାପଡ଼ିଛି ।
ଖବର ଅନୁଯାୟୀ, ଘରର ଆର୍ଥିକ ସ୍ଥିତି ଭଲ ନ ଥିବାରୁ ୧୫ ବର୍ଷୀୟ ନାବାଳିକା ଜଣକ ଜଣେ କଣ୍ଟ୍ରାକ୍ଟରଙ୍କ ଟ୍ରାକ୍ଟରରେ କାମ କରୁଥିଲେ । କିଛିଦିନ କାର୍ଯ୍ୟ କରିବା ପରେ ନାବାଳିକାଙ୍କ ବାନ୍ତି ହେବା ସହ ଶାରୀରିକ ସମସ୍ୟା ଦେଖାଦେଇଥିଲା ।

ଘରଲୋକେ ନାବାଳିକାଙ୍କୁ ଡାକ୍ତରଖାନାକୁ ନେବା ପରେ ସେ ୨ ମାସର ଗର୍ଭବତୀ ଥିବା ସ୍ପଷ୍ଟ ହୋଇଥିଲା । ଯୁବତୀଙ୍କ ପଡ଼ୋଶୀରେ ରହୁଥିବା ଏଜାଜ ନାମକ ଜଣେ ଯୁବକ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରକ୍ଷା କରିଥିଲା । ଏଥିସହ କାର୍ଯ୍ୟସ୍ଥଳରେ ଗଣେଶ ନାମକ ଜଣେ ବ୍ୟକ୍ତି ମଧ୍ୟ ଅନେକ ଥର ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ବୋଲି ନାବାଳିକା ଜଣକ ପ୍ରକାଶ କରିଥିଲେ ।

ଏନେଇ ପୋଲିସ ଏକ ମାମଲା ରୁଜୁ କରିବା ସହ ଗଣେଶକୁ ଗିରଫ କରିଛି । ନାବାଳିକାଙ୍କ ଗର୍ଭଧାରଣକୁ ନେଇ ସଠିକ ତଥ୍ୟ ପାଇବା ପାଇଁ ଡିଏନଏ ଟେଷ୍ଟ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।

Get real time updates directly on you device, subscribe now.