fbpx

ମାଲକାନଗିରିରେ ଦୁଇ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି, ୧୨ା୭(ଓଡ଼ିଶା ଭାସ୍କର): ମାଲକାନଗିରିରେ ଦୁଇ ହାର୍ଡ଼କୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତିି । ସେମାନେ ଦୁଇ ଜଣ ମାଲକାନଗିରି ଏସପି ଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଦୁଇ ଜଣଙ୍କ ନାମ ଲାକେ ପୁନେମ ଓ କାନାମାଡ଼ି । ଏରିଆ କମାଣ୍ଡର କାନାମାଡ଼ି ନାମରେ ୪ଲକ୍ଷ ଟଙ୍କାର ପୁରସ୍କାର ଥିବା ବେଳେ ଲାକେ ପୁନେମଙ୍କ ନାମରେ ୨ଲକ୍ଷ ଟଙ୍କାରେ ପୁରସ୍କାର ରାଶି ରହିିଥିଲା । ଉଭୟ ଆନ୍ଧ୍ର ଓଡ଼ିଶା ବର୍ଡ଼ର ମିଲିଟାରୀ ପ୍ଲାଟୁନର ସଦସ୍ୟ ହୋଇଥିବା ମଧ୍ୟ ଜଣାପଡ଼ିଛି । ଏଥିସହିତ ଉଭୟ ବିଭିନ୍ନ ଏନକାଉଣ୍ଟର ଓ ହତ୍ୟା ଘଟଣାରେ ଜଡ଼ିତ ଥିବା ସୂଚନା ରହିଛି ।

Get real time updates directly on you device, subscribe now.