fbpx

ଖେଳ ହେଲା କାଳ, ମାଟି ଅତଡ଼ା ଖସି ଦୁଇ ନାବାଳକ ମୃତ

AAKASH

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସଦରଥାନା ମାଗୁରାଗଣ୍ଡ ପାଟଣା ଆଦିବାସୀ ବସ୍ତିରେ ଅଭାବନୀୟ ଘଟଣା ଘଟିଯାଇଛି। ଖନନ ହେଉଥିବା ପୋଖରୀ ଭିତରେ ପଶି ଖେଳୁଥିବା ସମୟରେ ମାଟି ଧସି ଯିବାରୁ ଦୁଇ ନାବାଳକଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ୮ବର୍ଷର ସୁରେନ୍ଦ୍ର ଜାମିଆ ଏବଂ ୫ବର୍ଷର ସୁରେନ୍ଦ୍ର ଜଜ୍ ଗତକାଲି ଅପରାହ୍ନରେ ଗାଁ ପୋଖରୀରେ ଖେଳୁଥିବା ସମୟରେ ଏପରି ଅଘଟଣ ଘଟିଯାଇଛି।

ଗାଁ ପୋଖରୀର ଉନ୍ନତିକରଣ ପାଇଁ ପୋଖରୀର ବନ୍ଧକୁ ମାଟି ପକାଇ ଉଚ୍ଚା କରାଯାଉଥିବା ବେଳେ ନିକଟସ୍ଥ ଆଦିବାସୀ ବସ୍ଥିର ଦୁଇ ନାବାଳକ ଶିଶୁ ସାଙ୍ଗ ହୋଇ ପୋଖରୀ ହୁଡ଼ାରେ ଖେଳୁଥିଲେ। ଖେଳୁଥିବା ସମୟରେ ହଠାତ ଅତଡ଼ା ଖସିବା ଫଳରେ ଦୁଇ ଶିଶୁ ମାଟି ଭିତରେ ଫସି ଯାଇଥିଲେ ଏବଂ ସେଠାରେ ଅଣ ନିଃଶ୍ୱାସୀ ହୋଇ ମୃତ୍ୟୁ ହୋଇଥିବା କୁହାଯାଉଛି। ସୂଚନା ପାଇ ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ଶବକୁ ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି।

Get real time updates directly on you device, subscribe now.