fbpx
BSKY
BJD MC SKY
BJD YOUTH SKY

ପୁଣି ଘଟିଲା ବଡ଼ ଅଘଟଣ: ବିରାଟ ଖାଲ ମଧ୍ୟକୁ ଖସିଲା ଆର୍ମି ଗାଡ଼ି, ଦୁଇଜଣ ଯବାନ ସହିଦ, ଅନେକ ଆହତ

ନୂଆଦିଲ୍ଲୀ: ଗତ ୨୦ ତାରିଖରେ ଜମ୍ମୁ କଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ୫ ଜଣ ଯବାନ ସହିଦ ହୋଇଥିଲେ । ସହିଦ ଯବାନଙ୍କ ମଧ୍ୟରେ ଓଡ଼ିଆ ଯୁବକ ଦେବାଶିଷ ବିଶ୍ୱାଳ ରହିଥିଲେ । ପରବର୍ତ୍ତୀ ସମୟରେ ଗତ ୨୬ ତାରିଖରେ ଛତିଶଗଡ଼ର ଦାନ୍ତେୱାଡ଼ାଠାରେ ନକ୍ସଲମାନେ ଏକ ବଡ଼ଧରଣର ହମଲା କରିଥିଲେ । ନକ୍ସଲମାନେ ଅପ୍ରତ୍ୟାଶିତ ବିସ୍ଫୋରକ ସାମଗ୍ରୀ (ଆଇଇଡି) ମାଡ଼ କରିବା ଫଳରେ ଘଟଣାସ୍ଥଳରେ ୧୦ ଜଣ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ (ଗାର୍ଡ)ଙ୍କ ସହ ଜଣେ ସିଭିଲିଆନ୍ ଡ୍ରାଇଭର ପ୍ରାଣ ହରାଇଥିଲେ ।

ତେବେ ଏହା ମଧ୍ୟରେ ଆଜି ଆସିଛି ପୁଣି ଏକ ଦୁଃଖ ଖବର । ଜମ୍ମୁ କଶ୍ମୀରର ରାଜୌରୀ ଜିଲ୍ଲାରେ ଘଟିଯାଇଛି ଏକ ବଡ଼ଧରଣର ଅଘଟଣ । ଯବାନଙ୍କ ଏକ ଗାଡ଼ି ଏକ ଗଭୀର ଖାଲ ମଧ୍ୟକୁ ଖସିପଡ଼ିଥିଲା । ଫଳରେ ଘଟଣାସ୍ଥଳରେ ଦୁଇଜଣ ଯବାନ ସହିଦ ହୋଇଥିଲେ । ତେବେ ସେନା ଗାଡ଼ି ଖାଲ ମଧ୍ୟକୁ ଖସି ପଡ଼ିବା ଫଳରେ ଅନ୍ୟ କିଛି ଯବାନ ଆହତ ହୋଇଥିବା ଜଣାପଡ଼ିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ଉଦ୍ଧାରକାରୀ ଟିମ୍ ପହଞ୍ଚିଥିଲେ । ଏବେ ରେସକ୍ୟୁ ଅପରେସନ ଜାରି ରହିଥିବା ବେଳେ ଆହତଙ୍କୁ ହସ୍ପିଟାଲ ନିଆଯାଉଛି ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତ ଜାନୁଆରୀ ମାସ ୧୧ ତାରିଖରେ ମଧ୍ୟ ଜମ୍ମୁ କଶ୍ମୀରରେ ସମାନ ଧରଣର ଅଘଟଣ ଘଟିଥିଲା । ପ୍ରବଳ ଥଣ୍ଡା ଓ ବରଫ ବର୍ଷା କାରଣରୁ ପାଟ୍ରୋଲିଂ କରିବାରେ ସମସ୍ୟା ସୃଷ୍ଟି ହୋଇଥିଲା । କୁପୱାଡ଼ା ଜିଲ୍ଲା ମଚ୍ଛଲ ସେକ୍ଟରେ ସୁରକ୍ଷାକର୍ମୀମାନେ ପାଟ୍ରୋଲିଂ କିରବା ସମୟରେ ଏକ ଭୟଙ୍କର ଦୁର୍ଘଟଣା ଘଟି ୩ ଯବାନ ପ୍ରାଣ ହରାଇଥିଲେ ।

Get real time updates directly on you device, subscribe now.