fbpx

ୟୁକୋ ବ୍ୟାଙ୍କ ଲଞ୍ଚ କଲା ଏକ ସ୍ପେଶାଲ ସ୍ଥାୟୀ ଜମା ଯୋଜନା: ଗ୍ରାହକଙ୍କୁ ମିଳିବ ପାଖାପାଖି ୮ ପ୍ରତିଶତ ସୁଧ

ନୂଆଦିଲ୍ଲୀ: ଆଜିର ସମୟରେ ଟଙ୍କା ସମସ୍ତଙ୍କ ପାଇଁ ନିହାତି ଜରୁରୀ । ତେଣୁ ଗ୍ରାହକମାନେ ଅଧିକ ରିଟର୍ଣ୍ଣ ଦେଉଥିବା ସ୍କିମର ସନ୍ଧାନରେ ରହିଥାନ୍ତି । ତେବେ ମାର୍କେଟରେ ଶେୟାର, ମ୍ୟୁଚୁଆଲ ଫଣ୍ଡ, ରିକରିଂ ଡିପୋଜିଟ, ପୋଷ୍ଟ ଅଫିସ ଜମା, ଗୋଲ୍ଡ, ଜୀବନ ବୀମା ଆଦି ଏକାଧିକ ବିକଳ୍ପ ରହିଥିବା ବେଳେ ସେଥିମଧ୍ୟରୁ ବ୍ୟାଙ୍କରେ ସ୍ଥାୟୀ ଜମା (ଏଫଡି) ଏକ ସୁରକ୍ଷିତ ଓ ନିର୍ଭରଯୋଗ୍ୟ ବିକଳ୍ପ । ତେବେ ଆପଣମାନେ ଯଦି ନିବେଶ କରି ଅଧିକ ସୁଧ ପାଇବାକୁ ଆଶାୟୀ ଅଛନ୍ତି ତେବେ ଏନେଇ ଆସିଛି ଏକ ବଢ଼ିଆ ସୁଯୋଗ । ଆପଣମାନେ ଏଥିରେ ନିବେଶ କରି ଅଧିକ ରିଟର୍ଣ୍ଣ ପାଇ ପାରିବେ ।

ରିପୋର୍ଟ ମୁତାବକ, ୟୁକୋ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଆଣିଛି ଏକ ଶାନଦାର ସ୍କିମ୍ । ୟୁକୋ ବ୍ୟାଙ୍କ ପକ୍ଷରୁ ‘ୟୁକୋ-୩୩୩’ ଡିପୋଜିଟ ଯୋଜନାର ଶୁଭାରମ୍ଭ କରାଯାଇଛି । ୩ କୋଟିରୁ କମ୍ ଘରୋଇ ରିଟେଲ ମିଆଦୀ ଜମା ପାଇଁ ଏହି ଯୋଜନା ପ୍ରଯୁଜ୍ୟ ଅଟେ । ଏହ ଯୋଜନାରେ ଗ୍ରାହକମାନଙ୍କୁ ସର୍ବାଧିକ ୭.୩୦ ପ୍ରତିଶତ ସୁଧ ମିଳିବ । ସେହିପରି ବରିଷ୍ଠ ନାଗରିକଙ୍କୁ ବାର୍ଷିକ ୭.୫୫ ପ୍ରତିଶତ ସୁଧ ମିଳିବ । ଗ୍ରାହକଙ୍କୁ ଜମା ରାଶି ଉପରେ ଏହି ହାରରେ ସୁଧ ମିଳିବ । ରାଷ୍ଟ୍ରାୟତ୍ତ ବ୍ୟାଙ୍ଗୁଡ଼ଇକ ଦ୍ୱାରା ପ୍ରଦାନ କରାଯାଉଥିବା ସୁଧ ହାର ମଧ୍ୟରେ ‘ୟୁକୋ-୩୩୩’ ହେଉଛି ସର୍ବୋତ୍ତମ । ୟୁକୋ ବ୍ୟାଙ୍କର ଏହି ସ୍ୱତନ୍ତ୍ର ସ୍ଥାୟୀ ଜମା ଯୋଜନା ନୂଆ ଗ୍ରାହକଙ୍କୁ ପ୍ରୋତ୍ସାହିତ କରିବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.