fbpx

ହତ୍ୟାକାରୀଙ୍କୁ ବି କାଟି ଦିଅ, ଜୀବନ ବଦଳରେ ଆମକୁ ଜୀବନ ଦରକାର, କହ୍ନେୟାଲାଲଙ୍କ ପରିଜନଙ୍କ ଦାବି

ଉଦୟପୁର: ବିଜେପିର ନିଲମ୍ବିତ ମୁଖପାତ୍ର ନୂପୁର ଶର୍ମାଙ୍କ ସମର୍ଥନରେ ଫେସବୁକରେ ପୋଷ୍ଟ ନେଇ ସଂଖ୍ୟାଲଘୁ ସଂପ୍ରଦାୟର ଦୁର୍ବୃତ୍ତ କହ୍ନେୟାଲାଲଙ୍କ ନିର୍ମମ ହତ୍ୟା କରିଛନ୍ତି। ଘଟଣାକୁ ନେଇ ପୂରା ଦେଶ ସ୍ତବ୍ଧ। ଉଦୟପୁରରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଯେତେବେଳେ କହ୍ନେୟାଙ୍କ ମର ଶରୀର ତାଙ୍କ ଘରେ ପହଞ୍ଚିଲା ପରିଜନଙ୍କ ମଧ୍ୟରେ ଆକ୍ରୋଶର ମାହୋଲ ଦେଖିବାକୁ ମିଳିଛି। ଧାର ଧାର ଲୁହ ବହୁଥିବା ବେଳେ ଘରର ମହିଳା ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡ ଦେବାକୁ ଦାବି କରିଛନ୍ତି।

ମୃତକ କେହ୍ନୟାଲାଲଙ୍କ ଭଉଣୀ କାନ୍ଦି କାନ୍ଦି କହିଛନ୍ତି ଯେ, ଯେମିତି ମୋ ଭାଇକୁ କାଟିଛନ୍ତି, ହତ୍ୟାକାରୀଙ୍କୁ ମଧ୍ୟ ସେମିତି କଟାଯାଉ। ଜୀବନ ବଦଳରେ ଆମକୁ ଜୀବନ ଦରକାର ବୋଲି ପରିବାର ଲୋକେ କହିଛନ୍ତି। ଏମବି ହସ୍ପିଟାଲରେ ଶବ ବ୍ୟବଚ୍ଛେଦ ପରେ କହ୍ନେୟାଲାଲଙ୍କ ମୃତଦେହ ପରିଜନଙ୍କୁ ହସ୍ତାନ୍ତର କରାଯାଇଛି। ଘର ସମେତ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯିବା ସହ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି।

ପତ୍ନୀ କଲେ ଅନେକ ଖୁଲାସା

ହଜାର ହଜାର ଭିଡ ମଧ୍ୟରେ ମୃତକ କହ୍ନେୟାଲାଲଙ୍କ ପତ୍ନୀ ଅନେକ ଖୁଲାସା କରିଛନ୍ତି। ସେ କହିଛନ୍ତି, ଅଭିଯୁକ୍ତ ପୂର୍ବରୁ ମଧ୍ୟ ଦୋକାନକୁ ଆସୁଥିଲେ। କିନ୍ତୁ ସେମାନଙ୍କ ସହ କହ୍ନେୟାଙ୍କ ଖାସ୍ ଚିହ୍ନା ପରିଚୟ ନଥିଲା। କିନ୍ତୁ ସ୍ଵାମୀଙ୍କୁ ଲଗାତାର ଧମକ ମିଳୁଥିଲା ବୋଲି ସେ କହୁଥିଲେ। ମୋ ସ୍ଵାମୀଙ୍କୁ ଯେମିତି ହତ୍ୟା କରାଯାଇଛି ଦୋଷୀଙ୍କୁ ମୃତ୍ୟୁ ଦଣ୍ଡ ଦେବାକୁ ଦାବି କରିଛନ୍ତି କହ୍ନେୟାଲାଲଙ୍କ ପତ୍ନୀ।

ସୂଚନାଯୋଗ୍ୟ, ଉଦୟପୁରର ଭୂତମହଲ ନିକଟରେ କହ୍ନେୟାଲାଲ ସୁପ୍ରିମ ଟେଲର୍ସ ନାମରେ ଦୋକାନ ଦେଇଥିଲେ। ଗତକାଲି ଦୁଇ ଅଭିଯୁକ୍ତି ଅପରାହ୍ନ ପ୍ରାୟ ୨ଟା ୩୦ରେ ମାପ ଦେବା ବାହାନରେ ଦୋକାନକୁ ଆସିଥିଲେ। ହେଲେ ମାପ ଦେବା ବେଳେ ଅଚାନକ କହ୍ନେୟାଲାଲଙ୍କ ଉପରେ ଛୁରି ଏବଂ ଭୁଜାଲିରେ ଆକ୍ରମଣ କରିଥିଲେ। ନିର୍ମମ ଭାବେ ତାଙ୍କୁ ହତ୍ୟା କରିଥିଲେ ଦୁଇ ଅଭିଯୁକ୍ତ। ଉଭୟ ସଂଖ୍ୟାଲଘୁ ସଂପ୍ରଦାୟ। ଏପରିକି ଭିଡିଓ ତିଆରି କରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହତ୍ୟା ଧମକ ଦେଇଛନ୍ତି ଉଭୟ। ଉଭୟଙ୍କୁ ପୋଲିସ ଗିରଫ କରି ସାରିଛି।

 

Get real time updates directly on you device, subscribe now.