fbpx
BSKY
BJD MC SKY
BJD YOUTH SKY

UGC ଲଞ୍ଚ କଲା ‘UTSAH’ ପୋର୍ଟାଲ: ସମସ୍ତ ବିଶ୍ୱବିଦ୍ୟାଳୟ ଓ ଛାତ୍ରଛାତ୍ରୀଙ୍କୁ ମିଳିବ ଅଧିକ ସୁବିଧା

ନୂଆଦିଲ୍ଲୀ: ଦେଶର ଶିକ୍ଷା ବ୍ୟବସ୍ଥାର ବିକାଶ ପାଇଁ ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ ଅନୁସାରେ କେନ୍ଦ୍ର ସରକାର ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ପୂର୍ବରୁ ଏନେଇ ଅନେକ ନିଷ୍ପତ୍ତି ନିଆଯିବା ସହ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ଶିକ୍ଷାର ଢାଞ୍ଚାରେ ପରିବର୍ତ୍ତନ କରାଯାଉଛି । ତେବେ ଏହା ମଧ୍ୟରେ ଆଜି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ପକ୍ଷରୁ ଅଣ୍ଡରଟେକିଂ ଟ୍ରାନ୍ସଫର୍ମେଟିଭ ଷ୍ଟ୍ରାଟେଜିସ୍ ଆଣ୍ଡ ଆକ୍ସନସ ଇନ୍ ହାୟର ଏଜୁକେସନ (ଉତ୍ସାହ), ପ୍ରଫେସର ଅଫ୍ ପ୍ରାକ୍ଟିସ ପୋର୍ଟାଲ ଲଞ୍ଚ କରାଯାଇଛି ।

ତେବେ ଏହି ପୋର୍ଟାଲ ଲଞ୍ଚ ହେବା ଫଳରେ ଏଣିକି ସମସ୍ତ ବିଶ୍ୱବିଦ୍ୟାଳୟ ଓ ଛାତ୍ରଛାତ୍ରୀମାନେ ସହଜରେ ସୂଚନା ପ୍ରାପ୍ତ କରିପାରିବେ । ୟୁଜିସିର ୱେବସାଇଟକୁ ଅଧିକ ସୂଚନାପୂର୍ଣ୍ଣ ଓ ବନ୍ଧୁତ୍ୱପୂର୍ଣ୍ଣ କରିବା ଉଦ୍ଦେଶ୍ୟରେ ଏହି ପୋର୍ଟାଲକୁ ଡିଜାଇନ୍ କରାଯାଇଛି । ନୂଆ ପୋର୍ଟାଲ ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷାନୁଷ୍ଠାନ ମଧ୍ୟରେ ପ୍ରତ୍ୟେକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ନୂଆ ୱେବସାଇଟର ହୋମ ପେଜରେ ଷ୍ଟୁଡେଣ୍ଟସ କର୍ଣ୍ଣର, ଫ୍ୟାକଲଟି କର୍ଣ୍ଣର, ବିଭିନ୍ନ ପ୍ରକାରର ବିଶ୍ୱବିଦ୍ୟାଳୟର ଡ୍ୟାଶବୋର୍ଡ, ୟୁଜିସିର ଯୋଜନାର ଇ-ଗଭର୍ଣ୍ଣାନ୍ସ ବିଷୟରେ ତଥ୍ୟ ସାମିଲ ରହିଛି ।

ନୂଆ ପୋର୍ଟାଲରେ ଯେ କୌଣସି ବିଶ୍ୱବିଦ୍ୟାଳୟ ବିଷୟରେ କୌଣସି ତଥ୍ୟ ହାସଲ କରିବା ପୂର୍ବାପେକ୍ଷା ଅଧିକ ସହଜସାଧ୍ୟ ହେବ ବୋଲି ଏହାକୁ ଲଞ୍ଚ କରିବା ଅବସରରେ ୟୁଜିସି ଅଧ୍ୟକ୍ଷ ଏମ.ଜଗଦୀଶ କୁମରା କହିଛନ୍ତି । ଜାତୀୟ ଶିକ୍ଷା ନୀତି ୨୦୨୦ର ଅଗ୍ରଗତି କରିବା ଓ ଉଚ୍ଚ ଶିକ୍ଷାନୁଷ୍ଠାନର ରଣନୀତିକ ପଦକ୍ଷେପ ଉପରେ ଦୃଷ୍ଟି ଦେବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ଦେଶର ବିଭିନ୍ନ କଲେଜ, ବିଶ୍ୱବିଦ୍ୟାଳୟ, ଶିକ୍ଷାନୁଷ୍ଠାନ, ଆଇଆଇଟି, ଏନଆଇଟି, ଆଇଏନଆଇଟି ସହିତ ବୁଦ୍ଧିଜୀବୀଙ୍କ ସହିତ ବିଚାର ବିମର୍ଶ କରିବା ପରେ ୟୁଜିସି ଏହି ପୋର୍ଟାଲ ଲଞ୍ଚ କରିଛି ।

Get real time updates directly on you device, subscribe now.