fbpx

UGC NET 2024 ସ୍ଥଗିତ: ଅଗଷ୍ଟ ୨୬ରେ ପରୀକ୍ଷା ହେବ ନାହିଁ, NTA ଘୋଷଣା କଲା ନୂଆ ତାରିଖ

ନୂଆଦିଲ୍ଲୀ: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ- ରାଷ୍ଟ୍ରୀୟ ଯୋଗ୍ୟତା ପରୀକ୍ଷା (ୟୁଜିସି ନେଟ) ଜୁନ୍ ୨୦୨୪ ପରୀକ୍ଷା ସ୍ଥଗିତ ହୋଇଛି । ଅଗଷ୍ଟ ୨୬ ତାରିଖରେ ହେବାକୁ ଥିବା ୟୁଜିସି ନେଟ ହେବ ନାହିଁ । ନ୍ୟାସନାଲ ଟେଷ୍ଟି ଏଜେନ୍ସି (ଏନଟିଏ) ତରଫରୁ ନୂଆ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ୟୁଜିସି ନେଟକୁ ନେଇ ଏନଟିଏ ପକ୍ଷରୁ ପୂର୍ବରୁ ପରୀକ୍ଷା ପ୍ରୋଗ୍ରାମ ଜାରି କରାଯାଇଥିଲା । ଓଡ଼ିଆ, ହିନ୍ଦି, ଦର୍ଶନଶାସ୍ତ୍ର, ଅସମିୟା, ନେପାଳୀ, ମଣିପୁରୀ ଓ ସାନ୍ତାଳୀ ଏପରି ଭାବେ ୭ଟି ଭାଷାରେ ଅଗଷ୍ଟ ୨୬ରେ ପରୀକ୍ଷା ହେବାର ଥିଲା ।

ତେବେ ଅଗଷ୍ଟ ୨୬ ବଦଳରେ ଏବେ ଅଗଷ୍ଟ ୨୭ରେ ପରୀକ୍ଷା ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ଅଗଷ୍ଟ ୨୬ରେ ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ପଡ଼ୁଥିବାରୁ ଏନଟିଏ ତରଫରୁ ପରୀକ୍ଷା ରିଶିଡ୍ୟୁଲ କରାଯାଇଛି । ପରୀକ୍ଷା ବାବଦରେ ସବିଶେଷ ତଥ୍ୟ ପାଇବା ପାଇଁ ଏନଟିଏ ୱେବସାଇଟ୍ ପରିଦର୍ଶନ କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି । ସକାଳ ୯ରୁ ୧୨ଟା ପର୍ଯ୍ୟନ୍ତ ପ୍ରଥମ ଶିଫ୍ଟ ଓ ଦ୍ୱିପ୍ରହର ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦ୍ୱିତୀୟ ଶିଫ୍ଟ ପରୀକ୍ଷା ଆୟୋଜିତ ହେବ । ମୋଟ ୮୩ଟି ପେପର ପାଇଁ ଜେଆରଏଫ ଓ ଅନ୍ୟ ଫେଲୋଶିପ୍ ପ୍ରଦାନ ପାଇଁ ଏହି ପରୀକ୍ଷା କରାଯିବ ।

ଲିଙ୍କ: https://ugcnet.nta.ac.in/images/public-notice-for-postpone-of-exam-date-ugc-net-june-2024.pdf

Get real time updates directly on you device, subscribe now.