fbpx

UGC NET 2022 ନୋଟିଫିକେସନ୍ ଆଉଟ୍: ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା

AAKASH

ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ୟୁଜିସି ନେଟ ୨୦୨୨ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ମେ ମାସ ୨୦ ତାରିଖ ପର୍ଯ୍ୟନ୍ତ ଅନଲାଇନ୍ ପ୍ରକ୍ରିୟା ଜାରି ରହିବ । ଏଥିପାଇଁ ଆପଣମାନେ ଅଫିସିଆଲ ୱେବସାଇଟ ugcnet.nta.nic.inକୁ ଯାଇ ଫର୍ମ ଭରି ପାରିବେ । ଗତ ଏପ୍ରିଲ ୩୦ ତାରିଖଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ।

ୟୁଜିସି ଅଧ୍ୟକ୍ଷଙ୍କ ଅନୁଯାୟୀ, ୟୁଜିସି ନେଟ ପରୀକ୍ଷା ତାରିଖ ପରେ ଘୋଷଣା କରାଯିବ । ଜୁନିୟର ରିସର୍ଚ୍ଚ ଫେଲୋସିପ ଓ ଆସିଷ୍ଟାଣ୍ଟ ପ୍ରଫେସର ପଦ ପାଇଁ କମ୍ପ୍ୟୁଟର ବେସଡ ଟେଷ୍ଟ ହେବ । ଆସନ୍ତା ଜୁନ ମାସ ଦ୍ୱିତୀୟ ସପ୍ତାହରେ ପରୀକ୍ଷା ହେବାର ସମ୍ଭାବନା ରହିଛି । ପରୀକ୍ଷା ପାଇଁ ଆବେଦନ କରିବାକୁ ହେଲେ ଅଣସଂରକ୍ଷିତ ବର୍ଗର ଛାତ୍ରଙ୍କୁ ୧୧୦୦ ଟଙ୍କା ପଇଠ କରିବାକୁ ପଡ଼ିବ । ଅନ୍ୟପକ୍ଷରେ ଇଡବ୍ଲ୍ୟୁଏସ / ଓବିସି/ ଏନସିଏଲ ବର୍ଗର ପ୍ରାର୍ଥୀଙ୍କ ପାଇଁ ୫୫୦ ଟଙ୍କା ଓ ଥାର୍ଡ ଜେଣ୍ଡରଙ୍କ ପାଇଁ ୨୭୫ ଟଙ୍କା ରଖାଯାଇଛି ।

କେମିତି କରିବେ ଆବେଦନ

– ଏଥିରେ ଆବେଦନ କରିବାକୁ ହେଲେ ଆପଣଙ୍କୁ ସର୍ବପ୍ରଥମେ ୟୁଜିସି ନେଟ୍ ଅଫିସିଆଲ ୱେବସାଇଟକୁ ଯିବାକୁ ପଡ଼ିବ ।

– ଏହାପରେ ହୋମ ପେଜରେ ‘ରେଜିଷ୍ଟ୍ରେସନ ଅଫ୍ ଅନଲାଇନ ଆପିଲିକେସନ ଫର୍ମ ଫର ୟୁଜିସି-ନେଟ ଡିସେ. ୨୦୨୧ ଆଣ୍ଡ ଜୁନ ୨୨ (ମର୍ଜଡ ସାଇକଲ୍ସ) ଉପରେ କ୍ଲିକ କରନ୍ତି ।

– ପରିଚୟପତ୍ର ସହାୟତାରେ ଲଗ୍ ଇନ୍ କରି ଆବେଦନ ଫର୍ମ ଭରନ୍ତୁ ।

– ପଞ୍ଜୀକରଣ ଶୁଳ୍କ ଭରଣା କରିବା ପରେ ସବମିଟ୍ ଉପରେ କ୍ଲିକ୍ କରନ୍ତୁ ।

– ୟୁଜିସି ନେଟ ୨୦୨୨ ଡାଉନଲୋଡ୍ କରନ୍ତୁ ଓ ପ୍ରିଣ୍ଟ ଆଉଟ୍ କାଢ଼ନ୍ତୁ ।

https://nta.ac.in/Download/Notice/Notice_20220430224943.pdf

Get real time updates directly on you device, subscribe now.