fbpx
BSKY
BJD MC SKY
BJD YOUTH SKY

ଓଡ଼ିଶାର ଦୁଇଟି ୟୁନିଭରସିଟି Fake: UGC ଜାରି କଲା ୨୧ଟି ଫେକ୍ ୟୁନିଭରସିଟି ତାଲିକା, ଦେଖନ୍ତୁ ସମ୍ପୂର୍ଣ୍ଣ ଲିଷ୍ଟ

ନୂଆଦିଲ୍ଲୀ: ୟୁନିଭରସିଟି ଗ୍ରାଣ୍ଟସ କମିସନ (ୟୁଜିସି) ପକ୍ଷରୁ ଦେଶର ୨୧ଟି ଫେକ୍ ୟୁନିଭରସିଟିର ତାଲିକା ଜାରି କରାଯାଇଛି । ଏହି ଲିଷ୍ଟରେ ଓଡ଼ିଶାର ଦୁଇଟି ୟୁନିଭରସିଟି ସ୍ଥାନ ପାଇଛି । କେବଳ ଦିଲ୍ଲୀରେ ୮ଟି ଫର୍ଜି ୟୁନିଭରସିଟି ରହିଥିବା ଜଣାପଡ଼ିଛି । ଏହାଛଡ଼ା ନିୟମ ପାଳନ କରୁନଥିବା ଦୁଇଟି ଶିକ୍ଷାନୁଷ୍ଠାନ ମଧ୍ୟ ରହିଛି । କେଉଁ ରାଜ୍ୟରେ କେତୋଟି ଫର୍ଜି ୟୁନିଭରସିଟି ରହିଛି ତା’ର ସମ୍ପୂର୍ଣ୍ଣ ତଥ୍ୟ ୟୁଜିସିର ଅଫିସିଆଲ ୱେବସାଇଟ ଙ୍କଶମ.ବମ.ସଦ୍ଭକୁ ଯାଇ ଜାଣିପାରିବେ ।

ଏହି ସ୍ୱଘୋଷିତ ଶିକ୍ଷାନୁଷ୍ଠାନଗୁଡ଼ିକ ୟୁଜିସିର ଆକ୍ଟ ଉଲ୍ଲଂଘନ କରିଥିବା ଜଣପାଡ଼ିଛି । ଏମାନଙ୍କ ପାଖରେ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରିବାର ଅଧିକାର ନାହିଁ । ତେଣୁ ନାମଲେଖାଇବା ପୂର୍ବରୁ ଏନେଇ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି ।

ଦିଲ୍ଲୀ: ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ପବ୍ଲିକ ଆଣ୍ଡ ଫିଜିକାଲ ହେଲଥ ସାଇନ୍ସେସ, ଷ୍ଟେଟ ଗଭର୍ଣ୍ଣମେଣ୍ଟ ୟୁନିଭରସିଟି, କମର୍ସିଆଲ ୟୁନିଭରସିଟି ଲିମିଟେଡ, ୟୁନାଇଟେଡ ନେସନ ୟୁନିଭରସିଟି, ଭୋକେସନାଲ ୟୁନିଭରସିଟି, ଏଡିଆର-ସେଷ୍ଟ୍ରିକ ଜ୍ୟୁରିଡିସିୟଲ ୟୁନିଭରସିଟି, ଇଣ୍ଡିଆନ ଇନଷ୍ଟିଚ୍ୟୁସନ ଅଫ୍ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ, ବିଶ୍ୱକର୍ମା ଓପନ ୟୁନିଭରସିଟି ଫର ସେଲଫ-ଏମ୍ଫ୍ଲଏଡ, ଆଧ୍ୟାତ୍ମିକ ୟୁନିଭରସିଟି, କର୍ଣ୍ଣାଟକ: ବଡ଼ଗମ୍ବୀ ସରକାର ୱାର୍ଲ୍ଡ ଓପନ ୟୁନିଭରସିଟି ଏଜୁକେସନ ସୋସାଇଟି, କେରଳ: ସେଣ୍ଟ ଜନ ୟୁନିଭରସିଟି, ମହାରାଷ୍ଟ୍ର: ରାଜା ଅରେବିକ ୟୁନିଭରସିଟି, ପଶ୍ଚିମବଙ୍ଗ: ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ଅଲଟରନେଟିଭ ମେଡିସିନ, ଇନଷ୍ଟିଚ୍ୟୁଟ ଅଫ୍ ଅଲଟେନେଟିଭ ଆଣ୍ଡ ରିସର୍ଚ୍ଚ, ଉତ୍ତରପ୍ରଦେଶ: ଗାନ୍ଧି ହିନ୍ଦି ବିଦ୍ୟାପୀଠ, ନ୍ୟାସନାଲ ୟୁନିଭରସିଟି ଅଫ୍ ଇଲେକ୍ଟ୍ରୋ କମ୍ପେ୍ଲକ୍ସ ହୋମିଓପ୍ୟାଥି, ନେତାଜୀ ସୁଭାଷ ଚନ୍ଦ୍ର ୟୁନିଭରସିଟି (ଓପନ ୟୁନିଭରସିଟି), ଭାରତୀୟ ଶିକ୍ଷା ପରିଷଦ, ଓଡ଼ିଶା: ନବଭାରତ ଶିକ୍ଷା ପରିଷଦ, ନର୍ଥ ଓଡ଼ିଶା ୟୁନିଭରସିଟି ଅଫ୍ ଏଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜି, ପୁଡ଼ୁଚେରୀ: ଶ୍ରୀ ବୋଧୀ ଏକାଡେୀମ ଅଫ୍ ହାୟର ଏଜୁକେସନ, ଆନ୍ଧ୍ରପ୍ରଦେଶ: କ୍ରାଇଷ୍ଟ ନ୍ୟୁ ଟ୍ରିଟମେଣ୍ଟ ଡିମଡ ୟୁନିଭରସିଟି ।

Get real time updates directly on you device, subscribe now.