fbpx

ଆପଣ ଦୋକାନରୁ ପ୍ଲାଷ୍ଟିକ Aadhaar Card ତିଆରି କରୁଛନ୍ତି କି, ଏପରି କଲେ ବିପଦରେ ପଡ଼ିପାରନ୍ତି: UIDAI

ନୂଆଦିଲ୍ଲୀ: ଭାରତରେ ଆଧାର କାର୍ଡ ଏକ ଜରୁରୀ ଡକ୍ୟୁମେଣ୍ଟ ହୋଇଥିବା ବେଳେ ସମସ୍ତ ସରକାରୀ ଯୋଜନାର ବେନିଫିଟ ଉଠାଇବା ପାଇଁ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ । ନିକଟରେ ଆଧାର କାର୍ଡକୁ ନେଇ ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ)ଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ୟୁଆଇଡିଏଆଇ ପକ୍ଷରୁ ଟ୍ୱିଟ୍ କରାଯାଇଛି ଯେ, ଖୋଲା ବଜାରରେ ଉପଲବ୍ଧ ହେଉଥିବା ପିଭିସି ଆଧାର କାର୍ଡ ଗ୍ରାହକମାନେ ବ୍ୟବହାର କରିବା ଅନୁଚିତ । ଏଥିପାଇଁ ଜନସାଧାରଣ ଜିଏସଟି ଓ ସ୍ପିଡ ପୋଷ୍ଟ ବାବଦକୁ ୫୦ ଟଙ୍କା ଅର୍ଥ ପ୍ରଦାନ କରି ଅର୍ଡର କରିବା ଦରକାର ।

ଖୋଲା ବଜାରରେ ଆଧାର କାର୍ଡ ତିଆରି କଲେ ତାହା ବହୁତ ସମସ୍ୟା ସୃଷ୍ଟି କରିଥାଏ । ଅଧିକାଂଶ ଲୋକ ଯେନତେନ ପ୍ରକାରେ ଯେ କୌଣସି ପ୍ରକାରର ଆଧାର କାର୍ଡରେ କାମ ଚଳାଇ ନେଇଥାନ୍ତି । ମାତ୍ର ଏଥିରେ ଗ୍ରାହକଙ୍କ ସୁରକ୍ଷା ପ୍ରତି ବିପଦ ଥାଏ ବୋଲି କେହି ଜାଣି ନଥାନ୍ତି । ଅଧିକାଂଶ ଲୋକ uidai.gov.in ୱେବସାଇଟରୁ ଆଧାର କାର୍ଡ ଡାଉନଲୋଡ କରି ତା’ର ପିଡିଏଫ କପିକୁ ଫୋନ ବା କମ୍ପ୍ୟୁଟରେ ସେଭ୍ କରି ନେଇଥାନ୍ତି । ପରେ ଏହି କପିକୁ ବଜାରରେ ଲାମିନେସନ କରନ୍ତି ଓ କିଛି ଅର୍ଥ ଖର୍ଚ୍ଚ କରି ପିଭିସି କାର୍ଡ ବନାଇଥାନ୍ତି । ଖୋଲା ବଜାରରେ ଉପଲବ୍ଧ ହେଉଥିବା ଆଧାର ପିଭିସି କାର୍ଡରେ ସୁରକ୍ଷା ଫିଚର କମ୍ ରହିଥାଏ । ଦୋକାନୀମାନେ ପ୍ଲାଷ୍ଟିକ କାର୍ଡ ତ ବନାଇ ଦେଇଥାନ୍ତି, ମାତ୍ର ଏଥିରେ ସୁରକ୍ଷା ଫିଚର ରହିନଥାଏ । ଅର୍ଥାତ ଏଥିରେ ଆପଣଙ୍କର ଆଧାର ନମ୍ବରର ସୁରକ୍ଷା ସହିତ ଛେଡ଼ଛାଡ଼ ହେବାର ସମ୍ଭାବନା ରହିଥାଏ । ତେଣୁ ଏହି ସମସ୍ୟାରୁ ବର୍ତ୍ତିବା ପାଇଁ ୟୁଆଇଡିଏଆଇର ଅଫିସିଆଲ ୱେବସାଇଟ ଦ୍ୱାରା ପ୍ରାପ୍ତ ସ୍ମାର୍ଟ କାର୍ଡ ବ୍ୟବହାର କରିବା ଉଚିତ୍ । ଗ୍ରାହକମାନେ ପ୍ଲାଷ୍ଟିକ କାର୍ଡ ହାସଲ ପାଇଁ ୫୦ ଟଙ୍କା ଦେଇ ପୋର୍ଟାଲ ମାଧ୍ୟମରେ ଅର୍ଡର କରିପାରିବେ ।

Get real time updates directly on you device, subscribe now.