fbpx

ବ୍ରିଟିଶ କମ୍ପାନୀ ଓଡିଶାରେ ନିବେଶ କରିବ ୩୦,୦୦୦ କୋଟି ଟଙ୍କା, ୫,୦୦୦ ଲୋକଙ୍କୁ ମିଳିବ ପ୍ରତ୍ୟକ୍ଷ ନିଯୁକ୍ତି

ନୂଆଦିଲ୍ଲୀ:ବ୍ରିଟେନର ଏକ କମ୍ପାନୀ ଭାରତରେ ୩୦,୦୦୦ କୋଟି ଟଙ୍କା ନିବେଶ କରିବାକୁ ଯୋଜନା କରୁଛି । ଏହି ନିବେଶ ଓଡିଶାର ଗଞ୍ଜାମ ଜିଲ୍ଲାରେ କରାଯିବ । ଏତେ ବଡ ରକମ ଜରିଆରେ ବ୍ରିଟିଶ ଫାର୍ମ ଏସଆରଏଏମ ଆଣ୍ଡ ଏମଆରଏଏମ ଟେକ୍ନୋଲଜି SRAM & MRAM Technologies ଏଠାରେ ଏକ ସେମିକଣ୍ଡକ୍ଟର ପ୍ଲାଣ୍ଟ ସ୍ଥାପନ କରିବାକୁ ଯୋଜନା କରୁଛି । ରିପୋର୍ଟ ଅନୁସାରେ ଏଥିଲାଗି ଗତ ୨୬ ମାର୍ଚ୍ଚରେ ରାଜ୍ୟ ସରକାରଙ୍କ ସହିତ ଏମଓୟୁ ସ୍ୱାକ୍ଷରିତ ହୋଇସାରିଛି ।

ପିଟିଆଇ ସୂତ୍ର ଅନୁଯାୟୀ ଏସଆରଏଏମ ଆଣ୍ଡ ଏମଆରଏଏମ ଗ୍ରୁପ୍ର ଭାରତୀୟ ୟୁନିଟ୍ ଏସଆରଏଏମ ଆଣ୍ଡ ଏମଆରଏଏମ ଟେକ୍ନୋଲଜି ଆଣ୍ଡ ପ୍ରୋଜେକ୍ଟସ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ରାଜ୍ୟରେ ସେମିକଣ୍ଡକ୍ଟର ୟୁନିଟ୍ ସ୍ଥାପିତ କରିବା ଲାଗି ୩୦,୦୦୦କୋଟି ନିବେଶ କରିବାକୁ ଯୋଜନା ପ୍ରସ୍ତୁତ କରୁଛି । ବ୍ରିଟିଶ ଫାର୍ମ ପ୍ରଥମ ପର୍ଯ୍ୟାୟରେ ଏହି ୩୦,୦୦୦କୋଟି ନିବେଶ କରିବ । ଏମଓୟୁ ସ୍ୱାକ୍ଷରିତ ହେବା ପରେ କମ୍ପାନୀର ଅଧିକାରୀ ଗଞ୍ଜାମର ଛତ୍ରପୁର ନିକଟରେ କିଛି ସ୍ଥାନ ନୀରିକ୍ଷଣ କରିବା ସହିତ ଜିଲ୍ଲା ପ୍ରଶାସନ ସହ ବୈଠକ ମଧ୍ୟ କରାଇଛନ୍ତି । ଅନ୍ୟପକ୍ଷରେ ଗଞ୍ଜାମ ପ୍ରଶାସନ ଏ ଦିଗରେ ସମସ୍ତ ପ୍ରକାର ସହଯୋଗ କରିବ ବୋଲି ଭରସା ମଧ୍ୟ ଦେଇଛି । କମ୍ପାନୀ ପକ୍ଷରୁ ପ୍ରୋଜେକ୍ଟ ନିର୍ଦ୍ଦେଶକ ଦେବଦତ୍ତ ସିଂହଦେବ କହିଛନ୍ତି ଆମେ

ପ୍ରସ୍ତାବିତ ସେମିକଣ୍ଡକ୍ଟର ୟୁନିଟ୍ ସ୍ଥାପନ କରିବା ଲାଗି ଟାଟାର ଔଦ୍ୟୋଗିକ ପାର୍କ ଓ କିଛି ପ୍ରାଇଭେଟ୍ ଲ୍ୟାଣ୍ଡ ସହିତ ଆଉ କିଛି ସାଇଟ୍ ଭିଜିଟ୍ କରିଛୁ । ଏବେ କମ୍ପାନୀର ଏକ ଟେକନିକାଲ୍ ଟିମ୍ ସାଇଟ୍ କୁ ଅନ୍ତିମ ରୂପ ଦେବା ଲାଗି ଜିଲ୍ଲାକୁ ଗସ୍ତ କରିବେ ।
ଏହି ସେମିକଣ୍ଡକ୍ଟର ପ୍ଲାଣ୍ଟ ସ୍ଥାପନ କରିବା ଲାଗି କମ୍ପାନୀ ପକ୍ଷରୁ ୨ ବର୍ଷ ଲକ୍ଷ୍ୟ ନିର୍ଦ୍ଧାରିତ କରାଯାଇଛି । ୨୦୨୭ ସୁଦ୍ଧା ପର୍ଯ୍ୟାୟକ୍ରମେ ଏହି ପ୍ଲାଣ୍ଟର ବିସ୍ତାର କରାଯିବ । କମ୍ପାନୀର ଟାର୍ଗେଟ୍ ରହିଛି ଏହି ପ୍ଲାଣ୍ଟ ଜରିଆରେ ୫,୦୦୦ ଲୋକଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ଦେବା । ଏହି ସେମି କଣ୍ଡକ୍ଟର ୟୁନିଟ୍ ରେ ମୋବାଇଲ୍ ଫୋନ୍, ଟେଲିଭିଜନ ସେଟ୍, ଲାପଟପ୍, ଏସି ଓ ଏଟିଏମରେ ଉପଯୋଗ ହେଉଥିବା ମେମୋରୀ ଚିପ୍ସ ଉତ୍ପାଦନ କରାଯିବ ।

Get real time updates directly on you device, subscribe now.