fbpx

Video: ବ୍ରିଟେନରେ ମଦ୍ୟପ ମହିଳାଙ୍କୁ ଦୁଷ୍କର୍ମ କଲେ ଭାରତୀୟ ଛାତ୍ର; ସିସିଟିଭି ଫୁଟେଜରେ କଏଦ ହେଲା ଘଟଣା, ଭିଡ଼ିଓ ଭାଇରାଲ

Advertisement

ନୂଆଦିଲ୍ଲୀ: ବ୍ରିଟେନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଏଠାରେ ଜଣେ ଭାରତୀୟ ଛାତ୍ର ଜଣେ ମଦ୍ୟପ ମହିଳାଙ୍କୁ ତାଙ୍କ ଘରକୁ ନେଇ ଦୁସ୍କର୍ମ କରିଛନ୍ତି । ଏହି ଘଟଣା ସିସିଟିଭି ଫୁଟେଜରେ କଏଦ ହୋଇଛି । ବିବିସି ରିପୋର୍ଟ ଅନୁଯାୟୀ ଏହି ଭାରତୀୟ ଛାତ୍ରଙ୍କ ନାମ ପ୍ରୀତ ବିକଲ । ତାଙ୍କର ବୟସ ୨୦ ବର୍ଷ । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହି ଆଶ୍ଚର୍ଯ୍ୟଜନକ ଘଟଣା କାର୍ଡିଫ୍‌ରେ ଘଟିଥିଲା । ଭିଡିଓ ଫୁଟେଜରେ ଏହା ସ୍ପଷ୍ଟ ଜଣାପଡୁଛି ଯେ ବିକଲ ଜଣେ ମଦ୍ୟପ ମହିଳାଙ୍କୁ କୋଳରେ ନେଇ କୌଣସି ସ୍ଥାନକୁ ନେଇ ଯାଉଛନ୍ତି । ଭାରତୀୟ ଛାତ୍ର ନିଜ ଅପରାଧ ସ୍ୱୀକାର କରିଛନ୍ତି ବୋଲି ରିପୋର୍ଟରେ କୁହାଯାଇଛି । ୨୦ ବର୍ଷିୟ ବିକଲ କହିଛନ୍ତି ଯେ ସେ ମହିଳାଙ୍କୁ ଦୁସ୍କର୍ମ କରିଥିଲେ । ଏହି ମାମଲାରେ ତାଙ୍କୁ ୬ ବର୍ଷ ନଅ ମାସ ଜେଲ ଦଣ୍ଡାଦେଶ ହୋଇଛି ।

ପୀଡିତା ମହିଳା ଜଣକ କହିଛନ୍ତି ଯେ ଯେତେବେଳେ ସେ ନିଜ ସାଙ୍ଗମାନଙ୍କ ସହିତ ରାତିରେ ବାହାରକୁ ଯାଇଥିଲେ ସେତେବେଳେ ସେ ପ୍ରୀତ ବିକଲଙ୍କୁ ଭେଟିଥିଲେ । ଗତ ବର୍ଷ ଜୁନ୍ ମାସରେ ଘଟିଥିବା ଏହି ଘଟଣା ପରେ ସେ ଶୋଇପାରୁ ନଥିଲେ । ସେ କହିଥିଲେ ଯେ ରାତିରେ ବାହାଘର ସମୟରେ ସେ ନିଜ ସାଙ୍ଗମାନଙ୍କଠାରୁ ଅଲଗା ହୋଇ ତାଙ୍କ ଘରକୁ ଯିବା ଯିବାକୁ ବାହାରିଥିଲେ, ସେତେବେଳେ ବିକଲ ତାଙ୍କୁ ଅଟକାଇଥିଲେ । ଏହା ପରେ ସେ ତାଙ୍କୁ ଉତ୍ତର ରୋଡ ଅଞ୍ଚଳରେ ଅବସ୍ଥିତ ଫ୍ଲାଟକୁ ନେଇ ଦୁସ୍କର୍ମ କରିଥିଲେ ।

ସାଉଥ ୱେଲ୍ସ ପୋଲିସ କହିଛି ଯେ ସିସିଟିଭି ଫୁଟେଜ ଯୋଗୁଁ ହିଁ ପ୍ରୀତ ବିକଲଙ୍କୁ ଚିହ୍ନଟ କରାଯାଇ ଗିରଫ କରାଯାଇଥିଲା । ସେମାନେ କହିଛନ୍ତି ଯେ କାର୍ଡିଫରେ ଏଭଳି ଘଟଣା ସମ୍ପୁର୍ଣ୍ଣ ଅସ୍ୱାଭାବିକ କିନ୍ତୁ ପ୍ରୀତ ବିକଲ ଜଣେ ମଦ୍ୟପ ତଥା ଅସହାୟ ମହିଳାଙ୍କ ସୁଯୋଗ ନେଇଥିଲେ ଯିଏକି ତାଙ୍କ ସାଙ୍ଗମାନଙ୍କଠାରୁ ଅଲଗା ହୋଇଯାଇଥିଲେ ।

Get real time updates directly on you device, subscribe now.