fbpx

ଋଷ ସେନାର ପୁଣି ମିସାଇଲ ଆକ୍ରମଣ: ଘଟଣାରେ ୩ ମୃତ

ନୂଆଦିଲ୍ଲୀ: ଋଷ ସେନା ପୁଣି ଥରେ ୟୁକ୍ରେନ ବିରୁଦ୍ଧରେ ଆକ୍ରମଣ କରିଛନ୍ତି । ପୁଟିନଙ୍କ ସେନା କ୍ଷେପଣାସ୍ତ୍ର ସହିତ ୟୁକ୍ରେନର ରାଜଧାନୀ କିୱି ଉପରେ ଭୟଙ୍କର ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ୬ଜଣ ଗୁରୁତର ଆହତ ହୋଇଥିବା ବେଳେ ୩ଜଣ ମୃତ୍ୟୁବରଣ କରିଛନ୍ତି । କିୱି ପ୍ରଶାସନ ତରଫରୁ ମିଳିଥିବା ସୂଚନା ଅନୁଯାୟୀ ଏଥର ଅନେକ ଗୁରୁତ୍ୱପୂର୍ଣ୍ଣ ଅଟ୍ଟାଳିକକୁ ନଷ୍ଟ କରିବାକୁ ଲକ୍ଷ ରଖିଛି ଋଷ ।

ଏହି ଆକ୍ରମଣରେ କିୱି ଏବଂ ଲ୍ୱିୱର ଅନେକ ସ୍ଥାନରେ ବିଦ୍ୟୁତ ଯୋଗାଯୋଗ ବିଚ୍ଛିନ ହୋଇଛି । କିୱି ଉପରେ ହୋଇଥିବା ଆକ୍ରମଣ ପରେ ପଶ୍ଚିମ ୟୁକ୍ରେନର ଲ୍ୱିୱ ସହରର ମେୟର କହିଛନ୍ତି ଯେ ସେଠାରେ ବିଦ୍ୟୁତ ଯୋଗାଯୋଗ ସମ୍ପୂର୍ଣ୍ଣ ଭାବରେ ବିଫଳ ହୋଇଛି । ଅନ୍ୟପଟେ କିୱିର ମେୟର ବିଟାଲି କ୍ଲିଟ୍ସକୋ କହିଛନ୍ତି ଯେ, ରାଜଧାନୀର ସୁବିଧା ମଧ୍ୟରୁ ଗୋଟିଏ କ୍ଷତିଗ୍ରସ୍ଥ ହୋଇଛି । ଆଶ୍ରୟ ଗୃହରେ ରହିବାକୁ ସ୍ଥାନୀୟ ଲୋକମାନଙ୍କୁ ସେ ନିବେଦନ କରିଛନ୍ତି ।

ଏଥି ସହିତ ୟୁକ୍ରେନର ବୈଦଶିକ ମନ୍ତ୍ରୀ ଦମିତ୍ରୋ କୁଲେବା ୟୁକ୍ରେନରେ ହୋଇଥିବା ଆକ୍ରମଣ ପରେ ସେ ସମସ୍ତ ଆବଶ୍ୟକୀୟ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଯୋଗାଇବାକୁ ନାଟୋ ଦେଶ ଗୁଡ଼ିକ ନିବେଦନ କରିଛନ୍ତି । କୁଲେବା ନିଜ ଟ୍ୱିଟରରେ କହିଛନ୍ତି ଯେ, କିୱି ଏବଂ ୟୁକ୍ରେନର ଅନ୍ୟ ସହରକୁ ଟାର୍ଗେଟ କରି ପୁଟିନଙ୍କ ସୈନ୍ୟ ଏକ ନୂତନ କ୍ଷେପଣାସ୍ତ୍ରର ଆତଙ୍କ ସୃଷ୍ଟି କରିଛନ୍ତି । ଏହା ବ୍ୟତୀତ ଋଷ ଟାର୍ଗେଟରେ ୟୁକ୍ରେନର ପରମାଣୁ ଶକ୍ତି କେନ୍ଦ୍ର ଥିବା ଜଣା ପଡ଼ିଛି ।

Get real time updates directly on you device, subscribe now.