fbpx
BSKY
BJD SHG SKY
BJD YOUTH SKY

ଜାତିସଂଘ ସୁରକ୍ଷା ପରିଷଦର ଜରୁରୀକାଳିନ ଅଧିବେଶନ, ଗାଜା ହସ୍ପିଟାଲ ବିସ୍ଫୋରଣକୁ ନେଇ ଆଲୋଚନା

ଓଡିଶା ଭାସ୍କର; ହମାସ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ୧୨ତମ ଦିନରେ ଜାରି ରହିଛି। ଗତ ଅକ୍ଟୋବର ୭ ତାରିଖରେ ଗାଜା ଉପତ୍ୟକାରୁ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନ ହାମାସ ଦକ୍ଷିଣ ଇସ୍ରାଏଲ ଉପରେ ମାରାତ୍ମକ ଆକ୍ରମଣ କରିଥିଲା। ଏହାପରେ ପ୍ରତିଆକ୍ରମଣରେ ଇସ୍ରାଏଲ ଯୁଦ୍ଧ ଘୋଷଣା କରି ହମାସ ଉପରେ ଘନ ଘନ ଆକ୍ରମଣ କରିବାରେ ଲାଗିଛି। ଏହି ଯୁଦ୍ଧରେ ଗାଜା ସହର ଧ୍ୱସ୍ତ ବିଧ୍ୱସ୍ତ ହୋଇଥିବା ବେଳେ ଅନେକ ଜଣଙ୍କ ଜୀବନ ଚାଲିଗଲାଣି ।

ସେହିପରି ଗାଜା ହସ୍ପିଟାଲରେ ଆଜି ଏକ ବଡ଼ଧରଣର ବିସ୍ଫୋରଣ ହୋଇଛି ଯେଉଁଥିରେ ୫୦୦ରୁ ଉର୍ଦ୍ଧ ଲୋକଙ୍କର ଦେହାନ୍ତ ଘଟିଛି । ଗାଜାରେ ପାଲେଷ୍ଟାଇନ୍‌ ଆତଙ୍କବାଦୀମାନେ ଦକ୍ଷିଣ ଏବଂ ମଧ୍ୟ ଇସ୍ରାଏଲ ଉପରେ ବହୁ ପରିମାଣର ରକେଟମାଡ଼ କରିବାରୁ ଗାଜା ହସ୍ପିଟାଲରେ ବଡ଼ଧରଣର ବିସ୍ଫୋରଣ ହୋଇଛି । ତେବେ ଏହି ବିସ୍ଫୋରଣକୁ ନେଇ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ବୁଧବାର ଏକ ଜରୁରୀକାଳିନ ଅଧିବେଶନ କରିଛି।

ସୂଚନା ମୁତାବକ, ବିସ୍ଫୋରଣର କିଛି ସମୟ ପରେ ରୁଷିଆ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ଗାଜା ସହରର ଅଲ-ଅହଲି ଆରବ ହସ୍ପିଟାଲର ପ୍ରାଙ୍ଗଣରେ ଖୋଲା ବୈଠକ ଡାକିଥିଲେ। ଗାଜାରେ ପାଲେଷ୍ଟାଇନ ଆତଙ୍କବାଦୀମାନେ ଦକ୍ଷିଣ ଏବଂ ମଧ୍ୟ ଇସ୍ରାଏଲରେ ବହୁ ପରିମାଣର ରକେଟମାଡ଼ କରିବାରୁ ରିସନ ଲେଜିଅନ, ପେଟାଚ ଟିକଭା, ବ୍ୟାଟ ୟାମ ସମେତ ସହରରେ ଆଲାର୍ମ ଶୁଣାଗଲା। ହମାସ୍‌ ଏବଂ ଆରବର ଅନେକ ଲୋକ ତୁରନ୍ତ ଇସ୍ରାଏଲକୁ ଦାୟୀ କରି ଆଇଡିଏଫ୍‌କୁ ଜାଣିଶୁଣି ଡାକ୍ତରଖାନାକୁ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି। ତେବେ ଏହି ସମ୍ପୂର୍ଣ୍ଣ ଘଟଣାକୁ ନେଇ ବିସ୍ତୃତ ଆଲୋଚନା କରାଯାଇଥିବା କଥା କୁହାଯାଉଛି । । ଅନ୍ୟପଟେ ଉଭୟଙ୍କ ପକ୍ଷରୁ ଯୁଦ୍ଧ ଜାରି ରହିଥିବା ବେଳେ ସମାଧାନର କୌଣସି ବାଟ ଫିଟୁନାହିଁ ଯାହାକୁ ନେଇ ଏବେ ସାରା ବିଶ୍ୱବାସୀ ଚିନ୍ତା ପ୍ରକଟ କରିଛନ୍ତି ।

Get real time updates directly on you device, subscribe now.