fbpx
BSKY
BJD SHG SKY
BJD YOUTH SKY

ନାଟକୀୟ ଘଟଣା କ୍ରମେ ମିଳିଥିଲା ରାଜଗାଦୀ ଭାର, ଜାଣନ୍ତୁ କେତେ ଥର ଆସିଥିଲେ ଭାରତ ?

ନୁଆଦିଲ୍ଲୀ: ବ୍ରିଟେନ୍ ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ମୃତ୍ୟୁ ପରେ ସାରା ବିଶ୍ୱରେ ଶୋକର ଛାୟା ଖେଳି ଯାଇଛି। ପିତାଙ୍କ ମୃତ୍ୟୁ ପରେ ତାଙ୍କର ଦାଦା ରାଜଗାଦିର ହକଦାର୍ ଥିଲେ। କିନ୍ତୁ ସେ ଜଣେ ବିଧବା ଆମେରିକିୟଙ୍କୁ ବିବାହ କରିବାରୁ ତାଙ୍କୁ ଏହି ଅଧିକାର ମିଳି ନଥିଲା। ଏହା ପରେ ରାଜଗାଦୀ ଏଲିଜାବେଥ୍-୨ଙ୍କ ପାଖକୁ ଆସିଥିଲା। ୧୯୨୬ ଅପ୍ରେଲ ୨୧ରେ ମାତ୍ର ୧୦ ବର୍ଷ ବୟସରେ ଏଲିଜାବେଥ୍(ଏଲିଜାବେଥ ଆଲେକ୍ସଜାଣ୍ଡାର୍ ମେରି ୱିଣ୍ଡସର)ଙ୍କୁ ରାଜଗାଦୀର ଦାବିଦାର ଘୋଷଣା କରାଯାଇଥିଲା।

ଏଲିଜାବେଥ୍ ତାଙ୍କ ରାଜତ୍ୱ କାଳରେ ଛାରି ଥର ଭାରତ ଗସ୍ତରେ ଆସିଥିଲେ। ଏଥିରେ ଗୋଟିଏ ଥର ରାଜକୁମାରି ଥିବା ସମୟରେ ଏବଂ ମହାରାଣୀ ଭାବରେ ଦୁଇଥର ସେ ଭାରତ ଆସିଥିଲେ। ମହାରଣୀ ଭାବରେ ସେ, ୧୯୬୧,୧୯୮୩ ଏବଂ ୧୯୯୭ରେ ଭାରତ ଗସ୍ତରେ ଥିଲେ।

ଅନ୍ୟ ସମସ୍ତ ରାଜପରିବାର ପରି ବ୍ରିଟେନ୍ ରାଜପରିବାର ବିଷୟରେ ମଧ୍ୟ ଅନେକ ରୋଚକ କଥା ରହିଛି। ମହାରାଣୀ ଏଲିଜାବେଥ୍ ପ୍ୟାଲେସ୍ରେ ହିଁ ତାଙ୍କର ସ୍କୁଲ୍ ଶିକ୍ଷା ଗ୍ରହଣ କରିଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସହାୟକ ଟେରିଟୋରିଆଲ୍ ସେବାରେ ସେବା କରୁଥିବା ସମୟରେ ଜନସେବା ସଂସ୍ଥାରେ ଆରମ୍ଭ କରିଥିଲେ। ନଭେମ୍ବର ୧୯୪୭ ରେ ସେ ଦୂର ସମ୍ପର୍କୀୟ ତଥା ଗ୍ରୀସର ପୂର୍ବତନ ପ୍ରିନ୍ସ ଫିଲିପ ମାଉଣ୍ଟବ୍ୟାଟେନଙ୍କୁ ବିବାହ କରିଥିଲେ। ତାଙ୍କର ଚାରି ସନ୍ତାନ ଥିଲେ। କିଙ୍ଗ ଚାର୍ଲ୍ସ, ରାଜକୁମାରୀ ରୟାଲ ଆନ୍, ପ୍ରିନ୍ସ ଆଣ୍ଡ୍ରୁ ଏବଂ ପ୍ରିନ୍ସ ଏଡୱାର୍ଡ।

Get real time updates directly on you device, subscribe now.