fbpx

ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ୫ଦିନ ବର୍ଷିବ

Advertisement

ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ପ୍ରଭାବରେ ବର୍ଷା ଲାଗି ରହିଥିବା ବେଳେ ଏବେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହା ପ୍ରବାବରେ ରାଜ୍ୟରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଜାରି ରହିବ। ଉତ୍ତର-ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶା ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳବର୍ତ୍ତୀ ଘୁର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶା ଏବଂ ପଡୋଶି ରାଜ୍ୟ ଉପକୂଳରେ ଉପକୂଳରେ ଏହି ଲଘୁଚାପ ସୃଷ୍ଟି ହୋଇଛି।

ରାଜ୍ୟରେ ବର୍ତ୍ତମାନ ମୌସୁମି ସକ୍ରିୟ ରହିଛି। ଟ୍ରଫ୍ ଲାଇନ୍ ବର୍ତ୍ତମାନ ଲଘୁଚାପ କ୍ଷେତ୍ରଠାରୁ ଅନୁପ୍ରଗଡ, ସିକର, ଗ୍ୱାଲିଅର୍, ସତ୍ୟନା, ପେଣ୍ଡ୍ରା ରୋଡ୍, ଓଡିଶା ଏବଂ ପଡ଼ୋଶୀ ଉପରେ ଦେଇ ସେଠାରୁ ଦକ୍ଷିଣ-ପୂର୍ବ ଦିଗକୁ ବଙ୍ଗୋପସାଗରର ପୂର୍ବ ଦିଗକୁ ଯାଇ ସମୁଦ୍ର ପତ୍ତନଠାରୁ ୧.୫ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି।

ଆଗାମୀ ୨୪ ଘଣ୍ଟାରେ ମାଲକାନଗିରି,କୋରାପୁଟ,ନବରଙ୍ଗପୁର,କଳାହାଣ୍ଡି, ନୂଆପଡ଼ା, ବରଗଡ଼,ଝାରସୁଗୁଡ଼ା, ସୁନ୍ଦରଗଡ଼, କେଉଁଝର ଏବଂ ମୟୁରଭଞ୍ଜ ଜିଲ୍ଲାର କିଛିକିଛି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସମୟରେ ଦକ୍ଷିଣ ଓଡ଼ିଶାର ଜିଲ୍ଲା ଏବଂ ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ କିମ୍ବା ବଜ୍ରପାତ ସମମ୍ଭାବନା ରହିଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି।

Get real time updates directly on you device, subscribe now.