fbpx
BSKY
BJD MC SKY
BJD YOUTH SKY

ନଭେମ୍ବରରେ ପୁଣି ବଢ଼ିଲା ବେରୋଜଗାର, ଗ୍ରାମାଞ୍ଚଳରେ ଅପେକ୍ଷା ସହରାଞ୍ଚଳରେ ଅଧିକ ବେରୋଜଗାରୀ

ନୂଆଦିଲ୍ଲୀ: ଗଲା ମାସ ନଭେମ୍ବରରେ ଦେଶରେ ବୃଦ୍ଧି ପାଇଛି ବେରୋଜଗାରୀ। ସେଣ୍ଟର ଫର ମନିଟରିଂ ଇଣ୍ଡିଆନ୍ ଇକୋନୋମି (ସିଏମଇଇ) ର ରିପୋର୍ଟ ଅନୁଯାୟୀ, ନଭେମ୍ବର ମାସରେ ଦେଶର ବେରୋଜଗାରୀ ହାର ତିନି ମାସରେ ସର୍ବାଧିକ ୮% କୁ ବୃଦ୍ଧି ପାଇଛି। ସହରାଞ୍ଚଳରେ ବେରୋଜଗାରୀ ହାର ୮.୯୬ ପ୍ରତିଶତ ଥିବାବେଳେ ଗ୍ରାମାଞ୍ଚଳରେ ଏହା ୭.୫୫ ପ୍ରତିଶତ ଥିବା ଗୁରୁବାର ଦିନ ସିଏମଆଇ ରିପୋର୍ଟରେ ଦର୍ଶାଯାଇଛି।

ଚଳିତ ବର୍ଷ ଅକ୍ଟୋବରରେ ସହରୀ ବେକାରି ୭.୨୧ ପ୍ରତିଶତ ଏବଂ ଗ୍ରାମାଞ୍ଚଳର ବେକାରୀ ହାର ୮.୦୪ ପ୍ରତିଶତ ଥିଲା। ରାଜ୍ୟମାନଙ୍କ ମଧ୍ୟରେ ହରିୟାଣାରେ ନଭେମ୍ବରରେ ସର୍ବାଧିକ ବେକାରୀ ହାର ୩୦.୬ ପ୍ରତିଶତ ରହିଆସିଛି, ତା’ପରେ ରାଜସ୍ଥାନ ୨୪.୫ ପ୍ରତିଶତ, ଜାମ୍ମୁ କାଶ୍ମୀରରେ ୨୩.୯ ପ୍ରତିଶତ, ବିହାରରେ ୧୭.୩ ପ୍ରତିଶତ ଏବଂ ତ୍ରିପୁରାରେ ୧୪.୫ ପ୍ରତିଶତ ରହିଛି ।

ପୂର୍ବ ମାସରେ ସର୍ବନିମ୍ନ ବେକାରୀ ହାର ଦେଖାଯାଇଥିବା ରାଜ୍ୟଗୁଡ଼ିକ ହେଉଛି ଛତିଶଗଡ ୦.୧ ପ୍ରତିଶତ, ଉତ୍ତରାଖଣ୍ଡ ୧.୨ ପ୍ରତିଶତ, ଓଡିଶା ୧.୬ ପ୍ରତିଶତ, କର୍ଣ୍ଣାଟକ ୧.୮ । ୧.୮ ପ୍ରତିଶତ ଏବଂ ମେଘାଳୟ ୨.୧ ପ୍ରତିଶତ ଥିଲା। ଅକ୍ଟୋବରରେ ଭାରତର ବେକାରୀ ହାର ୭.୭୭ ପ୍ରତିଶତ ଥିବାବେଳେ ସେପ୍ଟେମ୍ବରରେ ଏହା ୬.୪୩ ପ୍ରତିଶତ ଥିଲା।

Get real time updates directly on you device, subscribe now.