fbpx

ଟିକାକରଣର ପ୍ରଚାରପ୍ରସାର ପାଇଁ ୟୁନିସେଫ୍ ଓଡିଶାର ସ୍ୱତନ୍ତ୍ର କାର୍ଯ୍ୟକ୍ରମ, ଗଣମାଧ୍ୟମର କାର୍ଯ୍ୟକାରିତା ଉପରେ ହେଲା ଆଲୋକପାତ

Advertisement

ଭୁବନେଶ୍ୱର(ଓଡିଶା ଭାସ୍କର): ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ, ପ୍ରେସ୍ ସୂଚନା ବ୍ୟୁରୋ (ପିଆଇବି) ବିଭାଗର ସହଯୋଗରେ ୟୁନିସେଫ୍ ଓଡିଶା ଦ୍ୱାରା ଗଜପତି/ କନ୍ଧମାଳ/ ସୁନ୍ଦରଗଡ ଜିଲ୍ଲାରେ କୋଭିଡ୍ ଏବଂ ଟୀକାକରଣ ଉପରେ ଏକ ଭର୍ଚୁଆଲ୍ ସଚେତନତା କାର୍ୟ୍ୟକ୍ରମର ଆୟୋଜନ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ କୋଭିଡ୍‌ର ଉପଯୁକ୍ତ ଆଚରଣ ଏବଂ ଅଧିକ ଲୋକଙ୍କୁ ଟୀକାକରଣ ପ୍ରତି ଉତ୍ସାହିତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ୟୁନିସେଫ୍ ଓଡିଶାର ଯୋଗାଯୋଗ ବିଶେଷଜ୍ଞ, ରାଧିକା ଶ୍ରୀବାସ୍ତ ଏହି କାର୍ୟ୍ୟକ୍ରମକୁ ଆରମ୍ଭ କରିଥିଲେ । ମୋନିକା ନେଲ୍‌ସନ୍‌, ୟୁନିସେଫ୍ ଓଡିଶା ମୁଖ୍ୟ ମହାମାରୀ ସମୟରେ ଗଣମାଧ୍ୟମର ଭୂମିକା ଉପରେ ଆଲୋକପାତ କରିଥିଲେ ।

ସେ କହିଥିଲେ ଯେ “ମହାମାରୀ ସମୟରେ ସୂଚନା ଦେବାରେ ଗଣମାଧ୍ୟମ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି, ବିଶେଷ କରି ଆଦିବାସୀ ପ୍ରବଣ ଅପହଞ୍ଚ ଅଞ୍ଚଳ ମାନଙ୍କରେ ଏବଂ ଆଦିବାସୀ ସମ୍ପ୍ରଦାୟ, ଯେଉଁମାନେ କି ନିୟମିତ ସୂଚନା ପାଇପାରନ୍ତି ନାହିଁ । ସୂଚନା ଏବଂ ଜ୍ଞାନର ଅଭାବ ସହିତ ଭୁଲ୍ ତଥ୍ୟ ଓ ଅନ୍ଧବିଶ୍ୱାସର ପ୍ରସାର ଜନସାଧାରଣଙ୍କ ମଧ୍ୟରେ ଭୟ ଓ ଟିକାର ଦ୍ୱନ୍ଦ ବଢାଇଥାଏ । ତେଣୁ ଗଣମାଧ୍ୟମ ସୂଚନା ପ୍ରଚାର କରିବାରେ ଯତ୍ନବାନ ହେବା ସହ ସଠିକ୍ ଓ ବୈଜ୍ଞାନିକ ସୂଚନା ଆଦିବାସୀ ସମ୍ପ୍ରଦାୟମାନଙ୍କରେ ପହଞ୍ଚ।ଇବା ସୁନିଶ୍ଚିତ କରିବା ଉଚିତ୍ ବୋଲି ସେ କହିଥିଲେ” ।

ଡ. ତାପସ କୁମାର ପାତ୍ର, ରାଜ୍ୟ ପ୍ରତିଷୋଧକ ଅଧିକାରୀ, ଓଡିଶା ଟୀକାକରଣର ନିରାପତ୍ତା ବିଷୟରେ କହିଥିଲେ ଯେ, “ଟିକା ଦ୍ୱାରା ଆମେ ରୋଗର ଗମ୍ଭୀରତା ଠାରୁ ନିଜକୁ ରକ୍ଷା କରିପାରିବା କାରଣ ଏହା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ସମସ୍ତ ପ୍ରସ୍ତୁତ ହୋଇଥିବା ଟୀକା ନିରାପଦ ଅଟେ କାରଣ ଏହା ପୂର୍ବରୁ ଏକାଧିକ ପର୍ୟ୍ୟାୟ ପରୀକ୍ଷା ଦେଇ ଗତି କରିଥାଏ । ଭାରତରେ ଉପଲବ୍ଧ ହେଉଥିବା ସମସ୍ତ ଟୀକା ମଧ୍ୟ ଆବଶ୍ୟକୀୟ ପ୍ରକ୍ରିୟା ଏବଂ ଉତ୍ପାଦନ ଠାରୁ ଅନୁମୋଦନ ପର୍ୟ୍ୟନ୍ତ ଡ୍ରଗ୍ କଣ୍ଟ୍ରା ଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିଜିସିଆଇ) ଦ୍ୱାରା ଅନୁମୋଦିତ ହୋଇଥାଏ । ” ସେ ଏହା ମଧ୍ୟ କହିଛନ୍ତି ଯେ, “ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କୁ ସୁରକ୍ଷା ଦେବାପାଇଁ ସରକାର ମଧ୍ୟ ଟୀକାକରଣକୁ ଅନୁମୋଦନ କରିଛନ୍ତି । ଜୁଲାଇ ୧୫ ତାରିଖରୁ ଆଜି ପର୍ୟ୍ୟନ୍ତ ଓଡିଶାରେ ୬୦,୦୦୦ରୁ ଅଧିକ ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କୁ କୋଭିଡ୍ ଟୀକାକାରଣ କରାଯାଇଛି ।”

ଏହି କାର୍ୟ୍ୟକ୍ରମରେ ରାଜୀନ୍ଦ୍ର ଚୌଧୁରୀ, ପ୍ରେସ୍ ସୂଚନା ବ୍ୟୁରୋ ଏବଂ ଆଂଚଳିକ ଆଉଟ୍‌ରିଚ୍ ବ୍ୟୁରୋର ଅତିରିକ୍ତ ମହାନିର୍ଦ୍ଦେଶକ, ଭୁବନେଶ୍ୱର, ଅଖିଲ୍ କୁମାର ମିଶ୍ର, ଆଂଚଳିକ ଆଉଟ୍‌ରିଚ୍ ବ୍ୟୁରୋ ନିର୍ଦ୍ଦେଶକ, ଭୁବନେଶ୍ୱର, ଡ. ତାପସ କୁମାର ପାତ୍ର, ରାଜ୍ୟ ପ୍ରତିଷୋଧକ ଅଧିକାରୀ, ଓଡିଶା, ଡ. ନିଳମାଧବ ସତପଥୀ, (ଏଡିପିଏଚ୍‌ଓ) ଏଫ୍‌ଡବ୍ଲ୍ୟୁ, କୋରାପୁଟ୍‌, ମୋନିକା ନେଲ୍‌ସନ୍‌, ୟୁନିସେଫ୍ ଓଡିଶା କାର୍ୟ୍ୟାଳୟର ମୁଖ୍ୟ, ରାଧିକା ଶ୍ରୀବାସ୍ତ, ୟୁନିସେଫ୍ ଓଡିଶାର ଯୋଗାଯୋଗ ବିଶେଷଜ୍ଞ ଏବଂ ଡ. ଅନିଲ୍ ପଟ୍ଟନାୟକ, ସ୍ୱାସ୍ଥ୍ୟ ବିଶେଷଜ୍ଞ, ୟୁନିସେଫ୍ ଓଡିଶା ଆଦି ଯୋଗଦେଇଥିଲେ ।

Get real time updates directly on you device, subscribe now.