ନୂଆଦିଲ୍ଲୀ: ବ୍ୟାଙ୍କ ଆଶାୟୀଙ୍କ ପାଇଁ ଖୁସି ଖବର । ୟୁନିୟନ ବ୍ୟାଙ୍କରେ ବାହାରିଲା ନିଯୁକ୍ତି ସୁଯୋଗ । ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ କିଛି ଦିନ ପୂର୍ବରୁ ଅନେକ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଥିଲା । ଏହି ପଦବୀଗୁଡିକ ପାଇଁ ପଞ୍ଜୀକରଣ ଦୀର୍ଘ ଦିନ ଧରି ଚାଲିଆସୁଥିଲା ଏବଂ ବର୍ତ୍ତମାନ ଆବେଦନ କରିବାର ଶେଷ ତାରିଖ ମଧ୍ୟ ଘୋଷଣା ହୋଇଥିଲା । କିନ୍ତୁ ଯେଉଁ ଆଶାୟୀମାନେ ଯୋଗ୍ୟ ବିବେଚିତ ହୋଇଥିଲେ ହେଁ ଆବେଦନରୁ ବଞ୍ଚିତ ରହିଥିଲେ, ସେମାନଙ୍କୁ ପୁଣି ସୁଯୋଗ ଦେଇ ୟୁନିୟନ୍ ବ୍ୟାଙ୍କ । ଆଜି ହିଁ ରହିଛି ଆବେଦନର ଶେଷ ତାରିଖ ।
କିଭଳି ଭରିବେ ଫର୍ମ- ଏହି ନିଯୁକ୍ତି ଡ୍ରାଇଭ୍ ମାଧ୍ୟମରେ ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ମୋଟ 500 ଜଣଙ୍କୁ ଚାକିରି ମିଳିବ । ଏହି ନିଯୁକ୍ତି ପାଇଁ କେବଳ ଅନଲାଇନରେ ଆବେଦନ କରିପାରିବେ । ଏଥିପାଇଁ ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଅଫିସିଆଲ୍ ୱେବସାଇଟ୍ unionbankofindia.co.in. କୁ ଯାଇ ଆବେଦନ କରିପାରିବେ । ଆବେଦନ ସହିତ ସମସ୍ତ ତଥ୍ୟ ଜାଣିପାରିବେ ।
କେଉଁମାନେ ଆବେଦନ କରିପାରିବେ- ଏହି ପଦବୀରେ ଆବେଦନ କରିବା ପାଇଁ ଅନୁନ୍ୟ ଗ୍ରାଜୁଏସନ ପାସ୍ କରିଥିବା ଆବଶ୍ୟକ । 20ରୁ 28 ବର୍ଷର ବ୍ୟକ୍ତିବିଶେଷ ଏଥିପାଇଁ ଯୋଗ୍ୟ ଅଟନ୍ତି । ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଆପ୍ରେଣ୍ଟିସ୍ ପଦବୀ ପାଇଁ ଆବେଦନ କରିବାକୁ ଜେନେରାଲ୍ ଏବଂ ଓବିସି ବର୍ଗ ଆଶାୟୀ 800 ଟଙ୍କା ଫି ଦେବାକୁ ପଡିବ । ମହିଳା ଏବଂ ଏସସି ଏସଟି ବର୍ଗ ଆଶାୟୀଙ୍କୁ 600 ଫି ଦେବାକୁ ପଡିବ । PWBD ବର୍ଗରେ 400ଟଙ୍କା ଦେବାକୁ ହେବ । ଚାକିରି ପାଇଲେ ମୋଟ 15 ହଜାର ଟଙ୍କା ମାସିକ ବେତନ ରାଶି ମିଳିବ ।