fbpx

କରୋନାର ଦୁଇଟି ନୂଆ ଭାରିଆଣ୍ଟକୁ ନେଇ ଆକ୍ସନ ମୁଡ଼ରେ ଭାରତ ସରକାର: ସ୍ୱାସ୍ଥ୍ୟ ମନ୍ତ୍ରୀ ଡକାଇଲେ ଉଚ୍ଚସ୍ତରୀୟ ବୈଠକ

AAKASH

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କରୋନା ସଂକ୍ରମଣ ଆରମ୍ଭ ହୋଇଯାଇଛି । ଏଥର କରୋନାର ଦୁଇଟି ନୂଆ ଭାରିଆଣ୍ଟ XBB ଓ XBB.1 ଚିହ୍ନଟ ହୋଇଛି । ଏହାକୁ ନେଇ ଦେଶରେ ହାଇ ଆଲର୍ଟ ସୃଷ୍ଟି ହୋଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡଭିୟ ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଛନ୍ତି । ଏଥିସହିତ ଜରୁରୀକାଳୀନ ପଦକ୍ଷେପ ନେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଦେଶରେ ବର୍ତ୍ତମାନ ପାର୍ବଣ ସିଜିନ ଚାଲିଥିବା ବେଳେ ଏହି ସମୟରେ ନୂଆ ଭାରିଆଣ୍ଟ ଚିହ୍ନଟ ହେବା ନିଶ୍ଚିତ ଭାବେ ଚିନ୍ତାଜନକ । ପାର୍ବଣ ସମୟରେ ଚାରିଆଡ଼େ ଜନସମାଗମ ଦେଖିବାକୁ ମିଳିଥାଏ । ତେଣୁ ଏହା ସଂକ୍ରମଣକୁ ବଢ଼ାଇପାରେ ବୋଲି ଆଶଙ୍କା କରାଯାଉଛି । ଏହାକୁ ନେଇ କିଛି ରାଜ୍ୟରେ ବର୍ତ୍ତମାନ ଆଡଭାଇଜରି ଜାରି କରାଯାଇଛି । ଅନ୍ୟପଟେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମଣ୍ଡଭିୟ କୋଭିଡ-୧୯ ସ୍ଥିତିର ସମୀକ୍ଷା ପାଇଁ ହାଇ ଲେବଲ ମିଟିଂ ଡକାଇଛନ୍ତି ।

ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମଣ୍ଡଭିୟ କହିଛନ୍ତି, କୋଭିଡ-୧୯ ଲଢ଼େଇ ପାଇଁ ଏକ ପ୍ରଭାବଶାଳୀ ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ । ଏଥିସହିତ ଏହାର ଉଚ୍ଚକୋଟୀର କାର୍ଯ୍ୟକାରିତା ନେଇ ସୁନିଶ୍ଚିତ କରିବାକୁ ପଡ଼ିବ । ଦେଶର ରାଜଧାନୀ ଦିଲ୍ଲୀ ସହିତ କିଛି ରାଜ୍ୟରେ ନିକଟରେ କରୋନା ସଂକ୍ରମଣବ ବଢ଼ିବାରେ ଲାଗିଛି । ଦିଲ୍ଲୀରେ ବର୍ତ୍ତମାନ ୪୨୯ କୋଭିଡ୍ ଆକ୍ଟିଭ୍ କେସ ରହିଥିବା ବେଳେ ସେଥିମଧ୍ୟରେ ୩୨୯ ଜଣ ରୋଗୀ ଆଇସୋଲେସନରେ ରହିଛନ୍ତି ।

Get real time updates directly on you device, subscribe now.