fbpx

ସାବଧାନ! ଆସିବ ନୂଆ ଆଇନ, ଗଣଦୁଷ୍କର୍ମୀଙ୍କୁ ମିଳିବ ମୃତ୍ୟୁଦଣ୍ଡ…

ଓଡିଶା ଭାସ୍କର; ମଣିପୁର ହିଂସା ପ୍ରସଙ୍ଗକୁ ନେଇ ଏବେ ସାରା ଦେଶ ଉଠୁଛି ଓ ପଡୁଛି । ଦେଶରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ଠିକ୍ ନଥିବା ଅଭିଯୋଗ ଆଣିଛନ୍ତି ପ୍ରାୟ ସମସ୍ତ ବିରୋଧୀ ଦଳ । ଏମିତି କି କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ମଧ୍ୟ ଅଣାଯାଇଥିଲା । ହେଲେ ଗତକାଲି ଏହି ଅନାସ୍ଥା ପ୍ରସ୍ତାବ ଲୋକସଭା ଭବନରେ ଖାରଜ ହୋଇଥିଲା । କିନ୍ତୁ ଦେଶରେ ଆଇନ ସଂସ୍କାର ଅଣାଯିବା ନେଇ ପ୍ରୟାସ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ଦୋଷୀଙ୍କୁ କଠୋର ଦଣ୍ଡ ଦେବାର ବ୍ୟବସ୍ତା କରାଯିବ । ଏନେଇ ନୂଆ ଫୌଜଦାରୀ ଆଇନ ସଂପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ସୂଚନା ଦେଇଛନ୍ତି ।

ଦଣ୍ଡ ଦେବା ନୁହେଁ, ସମସ୍ତଙ୍କୁ ନ୍ୟାୟ ଦେବା ହେଉଛି ଆଇନର ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି । ଗୃହମନ୍ତ୍ରୀଙ୍କ ବିବୃତି ଅନୁସାରେ ଗଣଦୁଷ୍କର୍ମ କ୍ଷେତ୍ରରେ ଅପରାଧୀଙ୍କୁ ୨୦ ବର୍ଷ ବା ଆଜୀବନ ସଜା ମିଳିବ । ସେହିପରି ନୂଆ ଆଇନରେ ନାବାଳିକା ଗଣଦୁଷ୍କର୍ମୀଙ୍କୁ ଏଥର ମୃତ୍ୟୁଦଣ୍ଡ ମିଳିବ । ଏଥି ସହ ଭିଡ଼ ହିଂସା ପାଇଁ ୭ ବର୍ଷ, ଆଜୀବନ ବା ମୃତ୍ୟୁଦଣ୍ଡ ମିଳିବ ବୋଲି ଗୃହମନ୍ତ୍ରୀ ତାଙ୍କ ବିବୃତିରେ କହିଛନ୍ତି ।

ସେହିପରି ଆଇପିସି, ସିଆରପିସି ହଟାଇବାକୁ ସଂସଦରେ ବିଲ୍ ଆଗତ କରାଯାଇଛି । ସଂସଦରେ ଗୃହମନ୍ତ୍ରୀ ଅମିତ ଶାହା ୩ଟି ବିଲ୍ ଆଗତ କରିଛନ୍ତି । ଆଇପିସି ହଟିବା ପରେ ତା’ ସ୍ଥାନରେ ଭାରତୀୟ ନ୍ୟାୟ ସଂହିତା-୨୦୨୩ ଅଣାଯିବ ବୋଲି କୁହାଯାଇଛି । ସିଆର୍‌ପିସି ହଟି ସ୍ଥାନ ନେବ ଭାରତୀୟ ନାଗରିକ ସୁରକ୍ଷା ସଂହିତା । ଓ ଆଇଇଏ ହଟି ତା’ ସ୍ଥାନରେ ଭାରତୀୟ ସାକ୍ଷ୍ୟ ଅଧିନିୟମ ଆସିବ ବୋଲି ଆଲୋଚନା ହୋଇଛି ।

Get real time updates directly on you device, subscribe now.