BREAKING: ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ୍ ଗଡ଼କରୀ, ଓଡ଼ିଶା ପାଇଁ କରିପାରନ୍ତି ବଡ଼ ଘୋଷଣା

ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ୍ ଗଡ଼କରୀ। ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।

ଭୁବନେଶ୍ୱର: ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ୍ ଗଡ଼କରୀ । ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ୍ ଗଡ଼କରୀ ।

ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ୪ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଭେଟି ଦେବା ନେଇ କାର୍ଯ୍ୟକ୍ରମ ରହିଛି ।

ଆଜି ଅପରାହ୍ନରେ ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ଆୟୋଜନ ହେବାକୁ ଥିବା କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ନୀତିନ୍ ଗଡ଼କରୀ ସାମିଲ ହେବେ ।

ବରମୁଣ୍ଡା ପଡ଼ିଆରେ ସାଧାରଣ ସଭାକୁ କରିବେ ସମ୍ବୋଧନ । ଏହି ଗସ୍ତରେ ଓଡ଼ିଶା ପାଇଁ ଗଡ଼କରୀ ବଡ଼ ଘୋଷଣା କରିପାରନ୍ତି । ୧୯ଟି ପ୍ରକଳ୍ପର ଶିଳାନ୍ୟାସ ଲୋକାର୍ପଣ କରିବେ ନୀତିନ୍ ଗଡ଼କରୀ ।

ଦିନ ୧୦ଟା ୪୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ କେନ୍ଦ୍ରମନ୍ତ୍ରୀ ନୀତିନ୍ ଗଡ଼କରୀ । ୧୦.୪୫ରେ ବିମାନବନ୍ଦରରୁ ବାହାରି ରେଭନ୍ସା ୟୁନିଭର୍ସିଟି ଯିବେ କେନ୍ଦ୍ରମନ୍ତ୍ରୀ ।

ରେଭେନ୍ସା ୟୁନିଭର୍ସିଟିରେ ଆୟୋଜିତ ହରେକୃଷ୍ଣ ମହତାବଙ୍କ ଜନ୍ମ ଜୟନ୍ତରୀରେ ସାମିଲ ହେବେ ।

ଏହା ପରେ ଭୁବନେଶ୍ୱର ୱାଲ୍ଡ ସ୍କିଲ୍ ସେଣ୍ଟର ପହଞ୍ଚି ବୁଲି ଦେଖିବେ କେନ୍ଦ୍ରମନ୍ତ୍ରୀ । କିସ୍ କ୍ୟାମ୍ପସ ଗସ୍ତ ନେଇ କାର୍ଯ୍ୟକ୍ରମ ରହିଛି ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ବିଭିନ୍ନ ସଡ଼କ ପ୍ରକଳ୍ପର ଆଲୋଚନା ଓ ସମୀକ୍ଷା କରିବେ । ଏହା ପରେ ବରମୁଣ୍ଡା ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେବେ ଗଡ଼କରୀ ।