fbpx

ୟୁନିଟ୍ -୧ ପରିବା ହାଟ ରାଜମହଲକୁ ସ୍ଥାନାନ୍ତର

ଭୁବନେଶ୍ୱର,୨୬ ।୩(ଓଡିଶା ଭାସ୍କର):ସାମାଜିକ ଦୂରତ୍ୱ ରକ୍ଷା ପାଇଁ ୟୁନିଟ-୧ ପରିବା ହାଟକୁ ସ୍ଥାନାନ୍ତରଣ କରାଯାଇଛି । ହାଟରେ ଜନଗହଳି ହେଉଥିବାରୁ ବିଏମସ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ହାଟ ପଛପଟେ ଥିବା ପରିବା ଦୋକାନଙ୍କୁ ରାଜମହଲ-ଏଜି ରାସ୍ତା କଡ଼କୁ ଉଠାଯାଇଛି ।

କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ସାମାଜିକ ଦୂରତା ନିତାନ୍ତ ଆବଶ୍ୟକ । ଏହାକୁ ନେଇ ପ୍ରଶାସନ ଲୋକଙ୍କୁ ସଚେତନ କରୁଥିବା ବେଳେ ଏକ ନମ୍ବର ହାଟର ଅବସ୍ଥା ଶୋଚନୀୟ ହୋଇପଡିଥିଲା । ସକାଳୁ ସନ୍ଧ୍ୟା ଯାଏ ଲୋକଙ୍କ ଗହଳି ଲାଗି ରହିବା ଯୋଗୁଁ ପ୍ରଶାସନ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେଇଥିଲା । ପରେ ଏହି ପରିବାର ଦୋକାନୀଙ୍କୁ ସ୍ଥାନାନ୍ତରଣ କରାଯାଇଥିଲା । ଆସନ୍ତା ୪୫ ଦିନ ପାଇଁ ରାଜମହଲରୁ ଏଜି ରାସ୍ତାକଡରେ ନିର୍ଦ୍ଧିଷ୍ଟ ଦୂରତାରେ ପରିବା ଦୋକାନୀମାନେ ବସିବା ସହ ଗ୍ରାହକମାନେ ମଧ୍ୟ ସାମାଜିକ ଦୂରତା ଅବଲମ୍ବନ କରିପାରିବେ ।

ସେହିପରି ଆଉ କିଛି ବ୍ୟବସାୟୀ ୟୁନିଟ-୧ ହାଇସ୍କୁଲ ପଡିଆରେ ମଧ୍ୟ ବସିବେ । ଗୋଟିଏ ଦୋକାନୀ ଅନ୍ୟ ଦୋକାନୀ ଠାରୁ ସର୍ବନିମ୍ନ ୮ଫୁଟ ଦୂରତାରେ ବସିବେ । ସେହିପରି ଗ୍ରାହକମାନଙ୍କ ପାଇଁ ୩ଫୁଟ ଦୂରତା ଅବଲମ୍ବନ କରିବା ପାଇଁ ସ୍ଥାନ ଚିହ୍ନଟ କରାଯାଇଛି । ଗାଇଡଲାଇନ ଅନୁସାରେ ପରିବା ବ୍ୟବସାୟୀ ଦୂରତ୍ୱ ବଜାୟ ରଖିବେ ।

Get real time updates directly on you device, subscribe now.