fbpx

ଭୁବନେଶ୍ୱରର ମାର୍କେଟ ବିଲ୍ଡିଂ ପରେ ୟୁନିଟ୍-୧ ସିଲ୍

ଭୁବନେଶ୍ୱର,୧୨ ।୬(ଓଡିଶା ଭାସ୍କର): ରଜ ପର୍ବ ପାଇଁ ଆଉ ମାତ୍ର ୨ ଦିନ ଥିବା ବେଳେ ଦୋକାନ ବଜାରରେ ଗହଳି ବଢିଚାଲିଛିି । କିନ୍ତୁ କରୋନା ସଙ୍କଟ ସମୟରେ ସାମାଜିକ ଦୂରତା ନମାନିବାରୁ ଭୁବନେଶ୍ୱର ମାର୍କେଟ ବିଲ୍ଡିଂ ଓ ୟୁନିଟ-୨କୁ ସିଲ୍ କରିସାରିଛି ବିଏମସି । ଏହା ପରେ ଭୁବନେଶ୍ୱରର ୟୁନିଟ୍-୧ କୁ ବି ଏବେ ସିଲ୍ କରିଛି ବିଏମସି । ପ୍ରବଳ ଗହଳି ଯୋଗୁଁ ମାକେର୍ଟ ସିଲ୍ କରିବାକୁ ବାଧ୍ୟ ହୋଇଛି ବିଏମସି । ତେବେ ବିଏମସି କେବଳ ଆଜି ଦିନକ ପାଇଁ ମାକେର୍ଟକୁ ସିଲ୍ କରିଛି ।

ଉଲ୍ଲେଖଯୋଗ୍ୟ ଯେ, ରଜକୁ ଦୃଷ୍ଟିରେ ରଖି ସନ୍ଧ୍ୟା ୭ଟା ପରିବର୍ତ୍ତେରାତି ୧୦ଟା ଯାଏ କୋହଳ ହୋଇଥିଲା ନାଇଟ କର୍ଫ୍ୟୁ । କିନ୍ତୁ ଦୋକାନରେ ଅତ୍ୟଧିକ ଲୋକଭିଡ଼ ଦେଖି ବିଏମସି ପକ୍ଷରୁ ଏହିପରି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.