fbpx

୧୦୦ଟି ଗରିବ ରାଷ୍ଟ୍ରକୁ ଫାଇଜର ଟିକା ମାଗଣାରେ ଯୋଗାଇବ ଆମେରିକା, ଖର୍ଚ୍ଚ ହେବ ୩୫୦ କୋଟି ଡଲାର

ୱାଶିଂଟନ: କରୋନା କାଳରେ ଟିକାକରଣ କୁ ଅଧିକ ପ୍ରାଧାନ୍ୟ ଦିଆଯାଉଥିବା ବେଳେ ବିଭିନ୍ନ ଦେଶ ଏବେ ଟିକା ପ୍ରସ୍ତୁତି ଏବଂ ବିତରଣରେ ଲାଗିପଡିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଟିକା ନେବା ପାଇଁ ଆହ୍ୱାନ ଦିଆଯିବା ପରେ ଶକ୍ତିଶାଳୀ ତଥା କୋଭିଡକୁ ମାତ ଦେଇଥିବା ରାଷ୍ଟ୍ର ଆମେରିକା ତରଫରୁ ୧୦୦ଟି ଗରିବ ରାଷ୍ଟ୍ରକୁ ୫୦ କୋଟି ଫାଇଜର ଟିକା ମାଗଣାରେ ଯୋଗାଯିବ ବୋଲି ଜଣାପଡିଛି । ତେବେ ସଂପ୍ରତି ବ୍ରିଟେନ ଗସ୍ତରେ ଆସିଥିବାବେଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏ ସମ୍ପର୍କରେ ଘୋଷଣା କରିଛନ୍ତି । ଏଥିପାଇଁ ଆମେରିକା ୩୫୦ କୋଟି ଡଲାର ବ୍ୟୟଭାର ବହନ କରିବ ବୋଲି ବାଇଡେନ ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଏପର୍ଯ୍ୟନ୍ତ କରୋନାରେ ବିଶ୍ୱର ୩୯ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିସାରିଥିବାବେଳେ ବିଶ୍ୱର ଗରିବ ରାଷ୍ଟ୍ର ଯେପରି ମାଗଣାରେ ଟିକା ପାଇବେ, ସେଥିପ୍ରତି ଆମେରିକା ଭଳି ଧନୀ ରାଷ୍ଟ୍ର ଆଗେଇ ଆସିବା ଉଚିତ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.