fbpx

କଲମ୍ବିଆ ବୈଜ୍ଞାନିକଙ୍କ ଚିନ୍ତାଜନକ ରିପୋର୍ଟ: ଧୀରେଧୀରେ ନଷ୍ଟ ହେବାରେ ଲାଗିଛି ବ୍ରହ୍ମାଣ୍ଡ, ସୂର୍ଯ୍ୟର ବୟସ ଅଧା ସରିଗଲାଣି

ନୂଆଦିଲ୍ଲୀ: ବ୍ରହ୍ମାଣ୍ଡ ଧୀରେ ଧୀରେ ନଷ୍ଟ ହେବାରେ ଲାଗିଛି । ଏମିତି ଦିନ ଆସିବ ଯେଉଁଦିନ ଏକ ବଡ଼ ସଙ୍କଟ ସହିତ ବ୍ରହ୍ମାଣ୍ଡର ଅନ୍ତ ଘଟିବ । କଲମ୍ବିୟା ୟୁନିଭର୍ସିଡେଡ ଇସିସିଆଇରୁ ବୈଜ୍ଞାନିକମାନେ ଏ ବାବଦରେ ଏକ ଚିନ୍ତାଜନକ ରିପୋର୍ଟ ଦେଇଛନ୍ତି । ଏହା ପୂର୍ବରୁ ସୂର୍ଯ୍ୟ ଓ ଧରିତ୍ରୀ ନଷ୍ଟ ହେବା ନେଇ ରିସର୍ଚ୍ଚରୁ ଖୁଲାସା ହୋଇଥିଲା । ସୂର୍ଯ୍ୟ ନିଜର ବୟସର ଅଧା ସମୟ ଅତିକ୍ରାନ୍ତ କରି ସାରିଥିବା ବେଳେ ପାଖାପାଖି ୫ ଅରବ ବର୍ଷ ପରେ ସୂର୍ଯ୍ୟ ନଷ୍ଟ ହୋଇଯିବ । ଯଦି ସୂର୍ଯ୍ୟ ରହିବ ନାହିଁ ତେବେ ଧରିତ୍ରୀରେ ଜୀବନର ଆଶା କେମିତି ସମ୍ଭବ ହେବ? ଧରିତ୍ରୀ ଦିନେ ନା ଦିନେ ନଷ୍ଟ ହେବା ନେଇ ବୈଜ୍ଞାନିକମାନେ ପୂର୍ବରୁ ମତ ଦେଇସାରିଥିବା ବେଳେ ଏବେ କଲମ୍ବିଆ ବୈଜ୍ଞାନିକଙ୍କ ରିପୋର୍ଟ ଚିନ୍ତାବଢ଼ାଇ ଦେଇଛି ।

ଡାର୍କ ଏନର୍ଜି ସ୍ପେକ୍ଟୋସ୍କୋପିପ ଇନଷ୍ଟ୍ରୁମେଣ୍ଟର ପ୍ରୟୋଗ କରି ଯେଉଁ ତଥ୍ୟ ସଂଗ୍ରହ କରାଯାଇଥିଲା ସେହି ଆଧାରରେ ବୈଜ୍ଞାନିକଙ୍କ ଟିମ୍ ପକ୍ଷରୁ ସୂଚନା ଦିଆଯାଇଛି । ଉକ୍ତ ଡାଟା ଜରିଆରେ ବୈଜ୍ଞାନିକମାନେ ବ୍ରହ୍ମାଣ୍ଡର ଏକ ଗଭୀର ମାନଚିତ୍ର ପ୍ରସ୍ତୁତ କରିଥିଲେ । ସମୟ ସହିତ ବ୍ରହ୍ମାଣ୍ଡ ଡାର୍କ ଏନର୍ଜି ସହିତ କାମ କରୁଥିବା ନେଇ ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି । ବୈଜ୍ଞାନିକମାନେ କହିଛନ୍ତି, ପ୍ରଥମେ ଧରିତ୍ରୀ ଓ ସୂର୍ଯ୍ୟର ଅସ୍ତିତ୍ୱ ସମାପ୍ତ ହେବ । ୫ ଅରବ ବର୍ଷ ପରେ ସୂର୍ଯ୍ୟ ନଷ୍ଟ ହୋଇଯିବ । ନଷ୍ଟ ହେବା ପୂର୍ବରୁ ତାହା ଲାଲ ରଙ୍ଗର ତାରାରେ ପରିବର୍ତ୍ତିତ ହୋଇଯିବ । ଡାର୍କ ଏନର୍ଜି କ୍ରମାଗତ ଭାବେ ଦୁର୍ବଳ ହେବା କାରଣରୁ ବ୍ରହ୍ମାଣ୍ଡ ଉପରେ ବଡ଼ ସଙ୍କଟ ଆସିଛି, ଯାହାଫଳରେ ତାହା ନଷ୍ଟ ହେବା ସହିତ ସମାପ୍ତ ହୋଇଯିବ ।

ରିସର୍ଚ୍ଚରେ ସାମିଲ ଥିବା ବୈଜ୍ଞାନିକଙ୍କ ମୁତାବକ, ବ୍ରହ୍ମାଣ୍ଡ ନଷ୍ଟ ହେବାକୁ ଆହୁରି ଲକ୍ଷାଧିକ ବର୍ଷ ବାକି ଅଛି । ଡାର୍କ ଏନର୍ଜି ସ୍ପେକ୍ଟୋସ୍କୋପିକ ଉପରେ କାମ କରୁଥିବା ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ଯେ, ବିଶ୍ୱର ଆଗାମୀ ଭବିଷ୍ୟତ ଅନ୍ଧକାରମୟ । ବ୍ରହ୍ମାଣ୍ଡ ଦ୍ରୁତଭାବେ ବିସ୍ତାର ଲାଭ କରୁଛି । ସେଥିପାଇଁ ପରମାଣୁକୁ ପ୍ରସ୍ତୁତ କରୁଥିବା ଊର୍ଜା କ୍ରମାଗତ ଦୁର୍ବଳ ହେବାରେ ଲାଗିଛି । ଏପରି ସମୟ ଆସିବ ଯେଉଁଦିନ ବ୍ରହ୍ମାଣ୍ଡର ବିସ୍ତାର ବନ୍ଦ ହୋଇଯିବ ଓ ତାହା ଗୁରୁତ୍ୱାକର୍ଷଣ ପ୍ରଭାବରେ ଆସିବା ଆରମ୍ଭ କରିବ ଓ ସମାପ୍ତ ହୋଇଯିବ । ପେନସିଲଭାନିଆ ଷ୍ଟେଟ ୟୁନିଭରସିଟିର ଜଣେ ସଦସ୍ୟ କହିଥିଲେ, ବର୍ତ୍ତମାନ ସମୟରେ ବ୍ରହ୍ମାଣ୍ଡର ଡାର୍କ ଏନର୍ଜୀ ଧୀରେଧୀରେ ହ୍ରାସ ପାଇବ ଓ ତା’ର ଘନତ୍ୱ ବଢ଼ିବାକୁ ଲାଗିବ । ଶତାଧିକ ବର୍ଷ ପରେ ଏହି ଘନତ୍ୱ ବହୁତ ବଢ଼ିଯିବ । ମାତ୍ର ତାହା କିପରି ଦେଖାଯିବ ତାହା ସ୍ପଷ୍ଟ ହୋଇନାହିଁ । ବୈଜ୍ଞାନିକାମାନେ ତା’ ଉପରେ ଏବେ ରିସର୍ଚ୍ଚ ଜାରି ରଖିଛନ୍ତି ।

Get real time updates directly on you device, subscribe now.