ଅଜଣା ରୋଗ ଆତଙ୍କ, ମାସେ ଭିତରେ ୧୭ ଜଣଙ୍କର ମୃତ୍ୟୁ
୪୪ ଦିନରେ ଗଲାଣି ୧୭ ଜଣଙ୍କର ଜୀବନ। ଅଜଣା ରୋଗ ଭୟରେ, କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲେ ଜମ୍ମୁ- କାଶ୍ମୀର ସରକାର।
ଜମ୍ମୁ-କାଶ୍ମୀର: ପୁଣି ଭୟ ବଢ଼ାଇଲାଣି ଅଜଣା ରୋଗ। ୪୪ ଦିନରେ ଗଲାଣି ୧୭ ଜଣଙ୍କର ଜୀବନ। କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲେ ରାଜ୍ୟ ସରକାର। ମୃତ୍ୟୁ ସଂଖ୍ୟା ବଢ଼ୁଥିବାରୁ ସରକାର ଏପରି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।
ତେବେ ଜମ୍ମୁ କାଶ୍ମୀର ରାଜୌରୀର ବଡ଼ହାଲ ଗାଁରେ ଦେଖାଦେଇଛି ଅଜଣା ରୋଗ। ଯେଉଁଥିରେ ମାସେ ଭିତରେ ୧୭ ଜଣଙ୍କର ଜୀବନ ଚାଲିଯାଇଥିବା ସୂଚନା ମିଳିଛି। ହେଲେ କେଉଁ କାରଣ ପାଇଁ ଜୀବନ ଯାଉଛି ତାହା ଜଣାପଡ଼ିନାହିଁ।
ଗାଇଡ଼ଲାଇନ୍: ଜମ୍ମୁ କାଶ୍ମୀରର ରାଜୌରୀର ବଡହାଲ ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ୪୪ ଦିନରେ ୩ଟି ପରିବାରର ୧୭ ଜଣଙ୍କ ମୃତ୍ୟୁ ପରେ, ଜାନୁଆରୀ ୨୨ ତାରିଖ ବୁଧବାର ଦିନ ଏହି ନିଷ୍ପତ୍ତି ନିଆଯାଇଛି। ଏବେ ଏଠାରେ ଭିଡ଼ ଜମା କରିବାକୁ ନିଷେଧ କରାଯାଇଛି।
କେନ୍ଦ୍ରମନ୍ତ୍ରୀ ଦେଲେ ଅନ୍ୟ କାରଣ: ଯଦି ଦେଖିବା ଏପର୍ଯ୍ୟନ୍ତ କୌଣସି ଅଜଣା ରୋଗ ଏହାର କାରଣ ବୋଲି କୁହାଯାଉଥିବା ବେଳେ, କେନ୍ଦ୍ର ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଏହା ପଛରେ ଅନ୍ୟ କିଛି କାରଣ କହିଛନ୍ତି।
ଏକ ରିପୋର୍ଟ ଅନୁଯାୟୀ,ଏପର୍ଯ୍ୟନ୍ତ ଏହା ବିଶ୍ୱାସ କରାଯାଉଥିଲା ଯେ ଏତେ ଲୋକଙ୍କ ମୃତ୍ୟୁ ପଛରେ କୌଣସି ରହସ୍ୟମୟ ରୋଗ ଥିଲା। କିନ୍ତୁ ଏବେ କେନ୍ଦ୍ର ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି ଯେ ଏହା ପଛର କାରଣ ବିଷାକ୍ତ ପଦାର୍ଥ।
ପ୍ରାରମ୍ଭିକ ତଦନ୍ତରୁ ପ୍ରମାଣିତ: ଜିତେନ୍ଦ୍ର ସିଂହ କହିଛନ୍ତି ଯେ ଲକ୍ଷ୍ନୌର CSIR ଲ୍ୟାବର ପ୍ରାଥମିକ ତଦନ୍ତ ଅନୁସାରେ, ଏହି ରୋଗ କୌଣସି ସଂକ୍ରମଣ, ଭାଇରାଲ୍ କିମ୍ବା ଜୀବାଣୁ ଜନିତ ନୁହେଁ।
ଏକ ବିଷାକ୍ତ ପଦାର୍ଥ ମିଳିଛି। ଏହା କି ପ୍ରକାରର ବିଷାକ୍ତ ପଦାର୍ଥ ତାହା ଜାଣିବା ପାଇଁ ଏବେ ତଦନ୍ତ ଚାଲିଛି।
ସେ ଆଶ୍ୱାସନା ଦେଇଛନ୍ତି ଯେ ଏହି ଘଟଣାର ସମସ୍ତ ଦିଗରୁ ତଦନ୍ତ କରାଯାଉଛି। ଯଦି କୌଣସି ଷଡ଼ଯନ୍ତ୍ର ମିଳେ, ତେବେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ।