fbpx

ଆସିଲା ଅନଲକ୍‌-୨ର ଗାଇଡଲାଇନ୍‌, ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୨୯/୬: କେନ୍ଦ୍ର ଗୃହ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ଅନଲକ୍‌-୨ ଗାଇଡଲାଇନ୍‌। ନୂଆ ଗାଇଡଲାଇନ୍‌ ମୁତାବକ, କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଜୁଲାଇ ୩୧ ଯାଏ ବଢ଼ିଲା ଲକ୍‌ଡାଉନ। ଏହା ସହ ଜୁଲାଇ ୩୧ ଯାଏ ଦେଶର ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ଜୁଲାଇ ୧୫ରୁ କୋଭିଡ ନିୟମ ମାନି ଚାଲିବ ତାଲିମ କେନ୍ଦ୍ର ।

ସେହିପରି ସାରା ଦେଶରେ ରାତି ୧୦ରୁ ସକାଳ ୫ଟା ଯାଏ ଲାଗୁ ହେବ କର୍ଫ୍ୟୁ। ରାଜ୍ୟ ଭିତରେ ଓ ଅନ୍ତଃରାଜ୍ୟ ପରିବହନ ପାଇଁ ଦରକାର ନାହିଁ ଅନୁମତି। ସର୍ବସାଧାରଣ ସ୍ଥାନରେ ପାନ, ଗୁଟ୍‌ଖା, ମଦ, ତମାଖୁ ସେବନ ନିଷିଦ୍ଧ କରାଯାଇଛି ।

ଅନ୍ୟପଟେ ୬୫ ବର୍ଷରୁ ଅଧିକ ଓ ୧୦ ବର୍ଷରୁ କମ୍‌ ବୟସର ବ୍ୟକ୍ତିଙ୍କ ପାଇଁ କଟକଣା ଲାଗିଛି। ନିହାତି ଦରକାର ନହେଲେ ବାହାରକୁ ନବାହାରିବା ଲାଗି ନିର୍ଦେଶ ଦିଆଯାଇଛି ।

ବସ୍‌, ଟ୍ରେନ୍‌ ଓ ବିମାନରୁ ଓହ୍ଲାଇ ଘରକୁ ଯାଉଥିବା ଲୋକଙ୍କ ପାଇଁ ନିୟମ କୋହଳ ହୋଇଛି। ଅଫିସ୍‌ ଓ କାରଖାନାରୁ ଫେରୁଥିବା ଲୋକଙ୍କ ପାଇଁ ବି କୋହଳ ହେବ ନିୟମ। ଅଫିସ୍‌ କର୍ମଚାରୀ ଯଥାସମ୍ଭବ ଘରେ ରହି କାର୍ଯ୍ୟ କରିବେ। ମାସ୍କ ଓ ସାମାଜିକ ଦୂରତ୍ବ ନିୟମ କଡ଼ାକଡ଼ି ହେବ।

Get real time updates directly on you device, subscribe now.