fbpx

ଫ୍ୟାନରୁ କରେଣ୍ଟ ଲାଗି ଚାଲିଗଲା ଗୋଟିଏ ପରିବାରର ୪ ଶିଶୁଙ୍କ ଜୀବନ

AAKASH

ଉନ୍ନାଓ:ଉତ୍ତରପ୍ରଦେଶ ଉନ୍ନାଓରେ ଏକ ବଡ ହୃଦୟବିଦାରକ ଘଟଣା ଘଟିଯାଇଛି । ଏଠାରେ କରେଣ୍ଟ ଲାଗି ୪ ଶିଶୁଙ୍କର ମୃତ୍ୟୁ ହୋଇଯାଇଛି । ଏହି ଦୁର୍ଘଟଣା ବାରାସାଗର ଥାନା ଅନ୍ତର୍ଗତ ଲାଲମନ ଖେଡା ଗ୍ରାମରେ ଘଟିଛି । ଗତକାଲି ସନ୍ଧ୍ୟାରେ ଘର ବାହାରେ ରଖାଯାଇଥିବା ଏକ ଟେବୁଲ ଫ୍ୟାନରେ ବିଦ୍ୟୁତ୍ ଚାର୍ଜ ହୋଇଯିବାରୁ ଏପରି ଦୁର୍ଘଟଣା ଘଟିଛି । ଜଣଙ୍କ ପରେ ଜଣେ କରି ୪ ଜଣ ଶିଶୁ ଏହା ସଂସ୍ପର୍ଶରେ ଆସି ମୃତ୍ୟୁମୁଖରେ ପଡିଛନ୍ତି । ଘଟଣା ପରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରି ଦେଇଛି ।

ସମସ୍ତ ମୃତ ଶିଶୁଙ୍କ ବୟସ ୯ ବର୍ଷରୁ କମ୍ ରହିଛି ଓ ସମସ୍ତେ ଗୋଟିଏ ପରିବାରର ଥିଲେ । ଲାଲମନ ଖେଡା ଗ୍ରାମର ବୀରେନ୍ଦ୍ର କୁମାରଙ୍କ ଘର ବାହାରେ ଏକ ଟେବୁଲ ଫ୍ୟାନ୍ ଲାଗିଥିଲା । ଏହି ସମୟରେ ପାଖରେ ଖେଳୁଥିବା ଏକ ଶିଶୁ ତାହାକୁ ଛୁଇଁ ଦେଇଥିଲା । ଫ୍ୟାନଟି ଚାର୍ଜ ହୋଇଯାଇଥିବାରୁ ଶିଶୁଟି ସେଥିରେ ଲାଖି ରହିଥିଲା । ଏହାପରେ ତା’ ସହ ଖେଳୁଥିବା ଅନ୍ୟ ୩ ଟି ଶିଶୁ ତାକୁ ଛଡାଇବାକୁ ଆସି କରେଣ୍ଟ ସଂସ୍ପର୍ଶରେ ଆସିଯାଇଥିଲେ । ଘଟଣାସ୍ଥଳରେ ହିଁ ୪ ଶିଶୁଙ୍କର ପ୍ରାଣ ଚାଲିଯାଇଥିଲା ।

Get real time updates directly on you device, subscribe now.