ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାରେ ଆୟୋଜିତ ରାମାୟଣ ମେଳାର ଉଦଘାଟନ ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି ସମୟରେ ସେ ସମ୍ଭାଲ ହିଂସାକୁ ବାଂଲାଦେଶ ସହ ତୁଳନା କରିଛନ୍ତି । ସେ କହିଛନ୍ତି ୫୦୦ ବର୍ଷ ପୂର୍ବେ ବାବର ଅଯୋଧ୍ୟା କୁମ୍ଭରେ ଯାହା କରିଥିଲେ, ସମ୍ଭାଲରେ ଯେଉଁ କାମ କରିଥିଲେ, ଆଜି ସେହି କାମ ବାଂଲାଦେଶରେ ହେଉଛି ।
ଏହି ତିନୋଟିର ପ୍ରକୃତି ଏବଂ ଡିଏନଏ ସମାନ । ଯଦି କେହି ବିଶ୍ୱାସ କରନ୍ତି ଯେ ବାଂଲାଦେଶରେ ଏହା ଘଟୁଛି, ତେବେ ବିଭାଜନକାରୀ ମାନେ ସେଠାରେ ଅଛନ୍ତି ଏବଂ ସେମାନେ ସମାଜର ଢାଞ୍ଚାକୁ ଭାଙ୍ଗି ଦେଉଛନ୍ତି । ସାମାଜିକ ଏକତା ଭଙ୍ଗ କରି, ବିଭାଜନ କରି, ତା’ପରେ ଖିନଭିନ୍ କରିବାକୁ ମଧ୍ୟ ପୂରା ବ୍ୟବସ୍ଥା କରୁଛନ୍ତି । ଏମିତି ବି ଅନେକ ଲୋକ ଅଛନ୍ତି ଯେଉଁମାନେ ଦୁନିଆର ସବୁ ଦେଶରେ ସମ୍ପତ୍ତି କିଣିଛନ୍ତି ।
ଯେଉଁଠି ସଙ୍କଟ ଦେଖିବେ, ସେଠିକୁ ଦୌଡ଼ିଚାଲିଯିବେ । ମରୁଥିବା ଲୋକ ସେମିତି ମରୁଥିବେ । ଗତ ନଭେମ୍ବର ୨୪ ତାରିଖରେ ସମ୍ଭାଲର ସାହି ଜାମା ମସଜିଦର ଦ୍ୱିତୀୟ ସର୍ଭେ ବେଳେ ହିଂସା କାଣ୍ଡ ଘଟିଥିଲା । ଏହି ସମୟ ମଧ୍ୟରେ ୫ ଜଣଙ୍କ ମୃତ୍ୟୁ ଘଟିଛି । ତେବେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ପୁଲିସ ସ୍ପଷ୍ଟ କରିଛି ।