(Viral Video) ଉଗ୍ରଚଣ୍ଡୀ ବୋହୂ, ସମ୍ପତ୍ତି, ଟଙ୍କା ପାଇଁ… ବୃଦ୍ଧ ଶଶୁରକୁ ମାଡ଼
ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ନିଜ ପଟୁ ମାମଲା ରୁଜୁ କରି ତଦନ୍ତ କରୁଛି।
ଉତ୍ତରପ୍ରଦେଶ: ପାରିବାରିକ କଳହ ନେଇଛି ହିଂସାର ରୂପ। ଉତ୍ତରପ୍ରଦେଶ ଇଟବା ଜିଲ୍ଲା ଥାନା ରାହତପୁର ଗାଁରେ ବୋହୂ ସମ୍ପତ୍ତି ପାଇଁ ବୃଦ୍ଧା ଶଶୁରକୁ ମାଡ଼ ମାରିଛି। ୫ ହଜାର ଟଙ୍କା ପାଇଁ ହିତାହିତ ଜ୍ଞାନ ହଜାଇ ଦେଲା ବୋହୂ।
ବୋହୂ ଶଶୁରକୁ ମାଡ଼ ମାରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରେ ଶଶୁରକୁ ଚାପୁଡ଼ା ମାରିବା ସହିତ ଖୋସାଡି ବୋହୂ ଏବଂ ତାଙ୍କ ବାପା ମାଡ଼ ମାରୁଥିବା ଦେଖିବାକୁ ମିଳିଛି।
ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ନିଜ ପଟୁ ମାମଲା ରୁଜୁ କରି ତଦନ୍ତ କରୁଛି। ପିଡ଼ୀତ ଜୟ କିଶନ ପୁଲିସ କହିଛନ୍ତି ୨୧ ଏପ୍ରିଲ ୨୦୨୪ରେ ତାଙ୍କ ପୁଅ ବିବାହ କରିଥିଲା। ବିବାହ ପରେ ବୋହୂ ଏକ ଝିଅ ହୋଇଥିଲା। ମାସକ ପୂର୍ବେ ବୋହୂ ତାଙ୍କ ବାପା ଘରକୁ ଯାଇଥିଲେ।
୧୬ ଜୁଲାଇ ବୋହୂ ତାଙ୍କ ବାପାଙ୍କ ସହିତ ଗାଁକୁ ଫେରିଥିଲେ ଏବଂ ଶଶୁରଙ୍କୁ ୫ ହଜାର ଟଙ୍କା ମାଗିଥିଲେ। ଯେତେବେଳେ ବୃଦ୍ଧ ଶଶୁର ଟଙ୍କା ଦେବାକୁ ମନା କଲୋ ସେତେବେଳେ ବୋହୂ ରାଗି ଯାଇ ତାଙ୍କ ବାପାଙ୍କ ସହ ମିଶି ଶଶୁରକୁ ମାରପିଟ୍ କରିଥିଲେ।
#इटावा :- बहू ने चारपाई पर लेटे ससुर पर बरसाए थप्पड़, पिता देता रहा साथ।
इटावा से एक शर्मनाक मामला सामने आया है, जहां एक बहू ने चारपाई पर लेटे अपने बुजुर्ग ससुर की पिटाई कर दी। घटना का वीडियो सोशल मीडिया पर तेजी से वायरल हो रहा है।
बताया जा रहा है कि महिला अपने पिता के साथ… pic.twitter.com/Whe6R4vjQm
— UttarPradesh.ORG News (@WeUttarPradesh) July 18, 2025
ବୃଦ୍ଧଙ୍କ ପାଟି ଶୁଣି ପଡ଼ୋଶୀୂ ଆସି ଘଟଣାରେ ହସ୍ତକ୍ଷେପ କରି ବୃଦ୍ଧଙ୍କୁ ରକ୍ଷା କରିଥିଲେ। ଜୟକିଶନଙ୍କ ଅଭିଯୋଗ ବୋହୂ ବିବାହ ସମୟରେ ପାଇଥିବା ଅଳଙ୍କାର ଏବଂ ଟଙ୍କା ପଇସା ମଧ୍ୟ ନିଜ ସହ ବାପ ଘରକୁ ନେଇ ଯାଇଛି। ଏପରି ଯାଇଥିବା ବେଳେ ବୃଦ୍ଧଙ୍କୁ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ।
ଏହା ସହ ବୃଦ୍ଧ କହିଛନ୍ତି ତାଙ୍କର ଏକ ଜମି ବୋହୂ ତା ନାଁରେ କରିବାକୁ ତାଙ୍କ ଉପରେ ଚାପ ପକାଉଛି। ନକଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଛନ୍ତି। ବୃଦ୍ଧଙ୍କ ଠାରୁ ସବୁ କଥା ବୁଝିବା ପରେ ବୋହୂ ଏବଂ ତାଙ୍କ ବାପାଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ।